33.5 C
Bhubaneswar
Tuesday, June 23, 2026
Homeଓଡିଶାବିଜେଡି ଆଉ ବେଶୀ ଦିନ ନୁହେଁ: ରବି ନାୟକ

ବିଜେଡି ଆଉ ବେଶୀ ଦିନ ନୁହେଁ: ରବି ନାୟକ

ଭୁବନେଶ୍ୱର: ବିଜେଡି ଆଉ ପୂର୍ବ ସ୍ଥିତିରେ ନାହିଁ ବୋଲି ଅନ୍ୟ ଦଳର ନେତାମାନେ କହୁଛନ୍ତି। ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ପରାଜୟ ପାଇଁ ଦଳର ନେତୃତ୍ବକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ପଛାଉ ନାହାନ୍ତି। ବିଜେଡିରେ ଆରମ୍ଭ ହୋଇଥିବା କନ୍ଦଳକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଶନିବାର ବିଜେଡି ନେଇ ଏକ ବଡ଼ ବୟାନ ଦେଇଛନ୍ତି । ବିଜେଡି ଆଉ ବେଶୀ ଦିନ ରହିବ ନାହିଁ, ସେ ଦଳ ଭାଙ୍ଗିଯିବ ବୋଲି ଶ୍ରୀ ନାଏକ କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ ନିକଟରେ ବିଜେଡି ନେତା ଅମର ଶତପଥୀ ବିଜେଡି ବିରୋଧରେ ବିଷୋଦଗାର କରିଥିଲେ । ତାଙ୍କ ଭଳି ଜଣେ ଅଭିଜ୍ଞ ନେତାଙ୍କ ବୟାନ ଦେଖିଲେ ବିଜେଡିରେ ଆଉ କିଛି ନାହିଁ ବୋଲି ବୁଝାପଡ଼ୁଛି । ଏସବୁ ଲୋକେ ଅନୁଭବ କରି ଜନସାଧାରଣ ବିଜେପିକୁ ସରକାରକୁ ଆଣିଛନ୍ତି । ବିଜେଡି ରହିବ ନାହିଁ, ଏହା ସ୍ପଷ୍ଟ ଜଣାପଡ଼ୁଛି । ବିଜେଡି ପୂରା ଭାରତୀୟ ଜନତା ପାର୍ଟିରେ ମିଶିବ । କଂଗ୍ରେସ ସହ ନୁହେଁ ବିଜେଡି ବିଜେପି ସହ ମିଶିଯିବ । ଯିଏ ଆମ ଦଳକୁ ଆସିବ, ଆତେ ଗ୍ରହଣ କରିବୁ ବୋଲି ରବି ନାଏକ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking