22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଯମୁନା ନଦୀରେ ଭାସୁଛି ବିଷାକ୍ତ ଫେଣ

ଯମୁନା ନଦୀରେ ଭାସୁଛି ବିଷାକ୍ତ ଫେଣ

ନୂଆଦିଲ୍ଲୀ: ଦିନକୁ ଦିନ ଅଧିକ ବିଷାକ୍ତ ହେବାରେ ଲାଗିଛି ଯମୁନା । ନଦୀରେ ଭାସୁଛି ବିଷାକ୍ତ ଫେଣ । ସତେ ଯେପରି ଲାଗୁଛି ମାଟିରେ ଆଉ ଆକାଶ ପାଦ ରଖିଲା କି। ନଦୀ ନୁହେଁ ତ ଆକାଶ ଆଉ ଧଳା ବାଦଲର ଭ୍ରମ ସୃଷ୍ଟି କରୁଛି। ଲାଗୁଛି କାଶ୍ମୀର କିମ୍ବା ମନାଲି ବୁଲି ଯାଇଛନ୍ତି ଲୋକେ। ଉପରକୁ ଦେଖିବାକୁ ଯେତେ ଆଖିଦୃଶିଆ ଲାଗୁଛି ଭିତରେ ସ୍ଥିତି ସେତିକି ଗମ୍ଭୀର ହେବାରେ ଲାଗିଛି। ନଦୀରେ ଢାଙ୍କି ହୋଇଯାଇଛି ଅମ୍ଳ ଯୁକ୍ତ ଫେଣ । ପୂର୍ବ ବର୍ଷ ଅପେକ୍ଷା ଚଳିତଥର ଅଧିକ ମାତ୍ରାରେ ବିଷାକ୍ତ ଫେଣ ଭାସିବାରେ ଲାଗିଛି । ଯାହା ପରିବେଶ ଓ ପ୍ରାକୃତିକ ପରିସଂସ୍ଥା ସେ କେତେ ପ୍ରଦୂଷିତ ହେଲାଣି ତାହାର ବିକଳ ଚିତ୍ର ବୟାନ କରୁଛି। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ସେପ୍ଟେମ୍ବର ମାସରେ ଯମୁନା ନଦୀର ଜଳ ପରୀକ୍ଷା କରିଥିଲା। ସେପ୍ଟେମ୍ବର ୪ ରେ ନିଆଯାଇଥିବା ନମୁନାକୁ ଆଧାର କରି ଏହି ରିପୋର୍ଟ ଅକ୍ଟୋବର ୪ ରେ ପ୍ରକାଶ ପାଇଥିଲା। ଏହି ରିପୋର୍ଟ ଅନୁଯାୟୀ, ନଦୀରେ ଫେକାଲ୍ କୋଲିଫର୍ମର ସ୍ତର ୪୯ ଲକ୍ଷ ଏମପିଏନ/ ଶହେ ମିଲିରେ ପହଞ୍ଚିଛି। ଏହି ସ୍ତର ୨୫୦୦ ୟୁନିଟ୍ ର ମାନକ ସ୍ତରଠାରୁ ୧,୯୫୯ ଗୁଣ ଅଧିକ | ଫେବୃଆରୀ ୨୦୨୨ ପରଠାରୁ ଏହା ନଦୀରେ ଜଳ ନିଷ୍କାସନର ସବୁଠାରୁ ଖରାପ ସ୍ତର | ଫେବୃଆରୀ ୨୦୨୨ ରେ, ଆଗ୍ରା କେନାଲରେ ଫେକାଲ୍ ସ୍ତର (ସହରର ନଦୀ କୂଳ ମଧ୍ୟରୁ ଗୋଟିଏ) ୬୩ ଲକ୍ଷ ୟୁନିଟ୍ ରେ ପହଞ୍ଚିଥିଲା | ତେବେ ଯମୁନା ନଦୀ ତଟରେ ବିଭିନ୍ନ ଶିଳ୍ପ ନଗର ଗଢି ଉଠିଥିବାରୁ ଏହାର ନିଷ୍କାସିତ ପ୍ରଦୂଷିତ ଜଳ ସବୁ ଯମୁନା ନଦୀରେ ମିଶୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking