19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶ୪ ଦିନ ଭିତରେ ୨୦ଟି ଇଣ୍ଡିଗୋ ବିମାନକୁ ଧମକ

୪ ଦିନ ଭିତରେ ୨୦ଟି ଇଣ୍ଡିଗୋ ବିମାନକୁ ଧମକ

ମୁମ୍ବାଇ: ଆଜି ଏୟାର ଇଣ୍ଡିଆର ୫ଟି, ଭିସ୍ତାରାର ୨ଟି ଏବଂ ୨ଟି ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଥିବା ବେଳେ ୪ ଦିନ ଭିତରେ ୨୦ଟି ବିମାନକୁ ଧମକ ମିଳିଛି। ଚତୁର୍ଥ ଦିନ ପାଇଁ ଏୟାରଲାଇନ୍ସଗୁଡ଼ିକୁ ବୋମା ଧମକ ମିଳିବାର ଧାରା ଜାରି ରହିଛି। ଏହା ସହିତ ଆଜି ୧୪୭ ଜଣ ଯାତ୍ରୀଙ୍କୁ ନେଇ ମୁମ୍ବାଇ ଅଭିମୁଖେ ଯାଉଥିବା ଭିସ୍ତାରା ବିମାନ ଫ୍ରାଙ୍କଫର୍ଟରୁ ଆସିବା ପରେ ତୁରନ୍ତ ସୁରକ୍ଷା ଯାଞ୍ଚ ପାଇଁ ନିଆଯାଇଥିଲା। ବିମାନଟି ସୁରକ୍ଷିତ ଭାବେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା ଏବଂ ସମସ୍ତ ଯାତ୍ରୀଙ୍କୁ ପୃଥକ୍‌ ବ୍ଲକ୍‌କୁ ନିଆଯାଇଥିଲା। ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ଇସ୍ତାନବୁଲରୁ ମୁମ୍ବାଇ ଅଭିମୁଖେ ଚଳାଚଳ କରୁଥିବା ବିମାନ ୬ଇ ୧୮କୁ ମଧ୍ୟ ସୁରକ୍ଷା ସମ୍ବନ୍ଧୀୟ ସତର୍କ ସୂଚନା ମିଳିବା ପରେ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଅବତରଣ କରିବା ପରେ ବିମାନକୁ ଆଇସୋଲେସନରେ ରଖାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking