ନୂଆଦିଲ୍ଲୀ: ଦେଶରେ ଟ୍ରେନ ଦୁର୍ଘଟଣା ମାମଲା କ୍ରମାଗତ ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣା ଭାବେ ଡିବାଲେଙ୍ଗ ଷ୍ଟେଶନରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଭାରତୀୟ ରେଲୱେ ପକ୍ଷରୁ ଏନେଇ ଦିଆଯାଇଥିବା ସୂଚନାନୁସାରେ ଅଗରତାଲା-ଲୋକମାନ୍ୟ ତିଲକ ଟର୍ମିନାସ୍ର ୮ଟି ବଗି ଲାଇନ୍ଚ୍ୟୁତ ହୋଇଛି। ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି। ରିପୋର୍ଟ ଅନୁସାରେ ୧୨୫୨୦ ଅଗରତାଲା – ଲୋକମାନ୍ୟ ତିଲକ ଟର୍ମିନାସ ଗୁରୁବାର ସକାଳେ ଅଗରତାଲା ଛାଡିଥିବା ଲୋକମାନ୍ୟ ତିଲକ ଟର୍ମିନାସ ଏକ୍ସପ୍ରେସ, ଲୁମଡିଙ୍ଗ ଡିଭିଜନ ଅନ୍ତର୍ଗତ ଡିବଲୋଙ୍ଗ ଷ୍ଟେଶନର ଲୁମଡିଙ୍ଗ – ବଦରପୁର ହିଲ ସେକ୍ସନରେ ସକାଳ ୩ଟା ୫୫ରେ ଲାଇନ୍ଚ୍ୟୁତ ହୋଇଥିଲା।
ଆକ୍ସିଡେଣ୍ଟ ରିଲିଫ ଟ୍ରେନ ଏବଂ ଆକ୍ସିଡେଣ୍ଟ ରିଲିଫ ମେଡିକାଲ ଟ୍ରେନ ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ଉପରେ ନଜର ରଖିବା ପାଇଁ ଲୁମଡଙ୍ଗର ବରିଷ୍ଠ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଯାଇଥିବା ନେଇ ସୂଚନା ଦିଆଯାଇଛି। ତେବେ ଲାଇନ୍ଚ୍ୟୁଚ ଘଟଣା ପରେ ପରେ ଲୁମଡିଙ୍ଗ-ବଦରପୁର ସିଙ୍ଗଲ ଲାଇନ ବିଭାଗରେ ଟ୍ରେନ ଚଳାଚଳ ସ୍ଥଗିତ ରଖାଯାଇଛି। ପୂର୍ବୋତ୍ତର ସୀମାନ୍ତ ରେଲୱେ ଜୋନ ସିପିଆରଓ କହିଛନ୍ତି, ଟ୍ରେନର ପାୱାର କାର ଓ ଇଞ୍ଜିନ ସମେତ ୮ ହବା ଲାଇନଚ୍ୟୁତ ହୋଇଛି।










