17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶବିହାରରେ ବିଷାକ୍ତ ମଦମୃତ୍ୟୁ ବିଭୀଷିକା; ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି

ବିହାରରେ ବିଷାକ୍ତ ମଦମୃତ୍ୟୁ ବିଭୀଷିକା; ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି

ପାଟନା: ବିହାରରେ ବିଷାକ୍ତ ମଦମୃତ୍ୟୁଜନିତ ବିଭୀଷିକା ଭୟଙ୍କର ହେବାରେ ଲାଗିଛି। ଗତ ୨ ଦିନ ମଧ୍ୟରେ ଏଠାରେ ମୃତକଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨ଟି ପ୍ରାନ୍ତରୁ କେବଳ ୨୦ରୁ ଅଧିକ ପ୍ରାଣ ହରାଇଛନ୍ତି। ବିହାର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ସିୱାନ ଏବଂ ଛପରା ଜିଲ୍ଲାରେ ଏହି ବିଷାକ୍ତ ମଦମୃତ୍ୟୁଜନିତ ପରିସ୍ଥିତି ସୃଷ୍ଟି ହୋଇଛି। ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଲୋକ ପ୍ରାଣ ହରାଉଛନ୍ତି।

ଅନ୍ୟପକ୍ଷେ ହସ୍ପିଟାଲରେ ଭର୍ତ୍ତି ଥିବା ଅନ୍ୟ କେତେକଙ୍କ ମଧ୍ୟରୁ କିଛି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ପ୍ରକାଶ, ବିହାରରେ ବିଷାକ୍ତ ମଦଜନିତ ମୃତ୍ୟୁଜନିତ ଘଟଣା ନୂଆ ନୁହେଁ। ସ୍ଥିତିକୁ ଦୃଷ୍ଟିରେ ରଖି ୨୦୧୬ରେ ତତ୍କାଳୀନ ସରକାର ରାଜ୍ୟରେ ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଥିଲେ। କିନ୍ତୁ ଏହା ସଫଳ ହୋଇପାରିନାହିଁ। ରାଜ୍ୟରେ ଚୋରାରେ ବ୍ୟାପକ ମଦ ବିକ୍ରି ଜାରି ରହିଛି। ଅନ୍ୟପକ୍ଷେ ବିଷାକ୍ତ ମଦମୃତ୍ୟୁ ଘଟଣାକୁ କେନ୍ଦ୍ର କରି ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି। ରାଜ୍ୟରେ ମଦମୃତ୍ୟୁକୁ ରୋକିବାରେ ବିଫଳ ହୋଇଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking