32.1 C
Bhubaneswar
Friday, October 18, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ବିଭିନ୍ନ ସୂତ୍ରରୁ ଆୟ ଅଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଂଚଳ ପ୍ରକୃତିର ହୋଇପାରନ୍ତି।

ବୃଷ : ସରକାରୀ ସ୍ତରରେ ସମ୍ମାନୀତ ହେବେ। ଅର୍ଥ ମିଳିବ। ରୋଜଗାର ମାର୍ଗ ଉନ୍ନତ ରହିବ। ଶ୍ରମ ସାର୍ଥକ ହେବ। କୂଳ ଉଜ୍ଜଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ୱଭାବର ହେବେ।

ମିଥୁନ : ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଚନ୍ଦ୍ରଙ୍କ ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଭାଗ୍ୟଶାଳୀ ହୋଇପାରନ୍ତି।

କର୍କଟ : ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। କାର୍ଯ୍ୟ ସୁଖ ମିଳିବ। ଚିନ୍ତା ମୁକ୍ତ ହୋଇପାରନ୍ତି। ସାମାନ୍ୟ ମାତ୍ରାରେ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି।

ସିଂହ : ସ୍ୱାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବାର ସୂଚନା ମିଳୁଛି। ଦୁର୍ଘଟଣାରୁ ରକ୍ଷା ପାଇଯିବେ। ବନ୍ଧୁମାନଙ୍କ ଠାରୁ ସାହାଯ୍ୟ ସହାନୁଭୂତି ପାଇ ଉତ୍‌ଫୁଲ୍ଲିତ ହେବେ। ବ୍ୟବସାୟ ଲାଭଜନକ ହେବ।

କନ୍ୟା : ସେବକ ମନୋବୃତିର ହୋଇପାରନ୍ତି। ଶାନ୍ତି ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ଇଙ୍ଗିତରେ ଯିବେ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଶତ୍ରୁହନ୍ତା ହୋଇପାରନ୍ତି।

ତୁଳା : ଆଜି ଚାକିରୀ କ୍ଷେତ୍ରରେ ଉଚ୍ଚକର୍ତୃପକ୍ଷଙ୍କ ବିଶ୍ୱାସର ପାତ୍ର ହେବେ। ବନ୍ଧୁ ଦ୍ୱେଷୀ ହେବା ଆଶା କରାଯାଏ। ଭଲ ମନ୍ଦ ମିଶ୍ରିତ ଫଳ ମିଳିବ। ଆୟ ବୃଦ୍ଧି ସୁଯୋଗ ସୃଷ୍ଟି ହେବ।

ବିଛା : ଚଂଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସମ୍ଭାବନା ଅଛି। ଲଟେରୀ ଜିଣିବାର ସୁଯୋଗ ଅଛି। ବ୍ୟବସାୟରେ ପ୍ରଚୁର ଧନ ମିଳିବ।

ଧନୁ : ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଧନପ୍ରାପ୍ତିର ସୁଖ ଭୋଗ କରିପାରନ୍ତି। ସେହି ଧନ ପାଇ ବାଦ ଉପୁଜିପାରେ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି।

ମକର : ସ୍ୱଭାବ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ବନ୍ଧୁମିଳନ ଘଟିବାର ସମ୍ଭାବନା ଅଛି।

କୁମ୍ଭ : ସାଙ୍ଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହିତ ଅନ୍ୟମାନଙ୍କୁ ସଙ୍ଗଠିତ କରିପାରନ୍ତି। ମନ ପ୍ରଶନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହେବେ। ପ୍ରେମୀ ଓ ସାହାସୀ ହୋଇପାରନ୍ତି।

ମୀନ : ଅନ୍ୟ କଥାରେ ପ୍ରଭାବିତ ହୋଇପାରନ୍ତିି । ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି। ପରଦେଶବାସୀ ସହନଶୀଳ ଶାନ୍ତିପ୍ରିୟ ହୋଇପାରନ୍ତିି। ମିତ୍ର ସୁଖ ମିଳିପାରେ। ପତ୍ନୀ ପରାୟଣ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking