29.1 C
Bhubaneswar
Wednesday, October 16, 2024
Homeଅପରାଧସ୍ତ୍ରୀର ବେକ କାଟିଦେଲା ସ୍ୱାମୀ

ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ

ମାଲକାନଗିରି : ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ। ଗୁରୁତର ସ୍ତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ଏହି ଘଟଣା ଘଟିଛି। ଗୁରୁତର ମହିଳା ହେଲେ ମୋନିକା ମିର୍ଦ୍ଧା। ଅଭିଯୁକ୍ତ ହେଲେ ବିଭାସ ମିର୍ଦ୍ଧା। ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମପିଭି ୨୩ ଗ୍ରାମରେ ପାରିବାରିକ କଥାକୁ ନେଇ ବିବାଦ ଦେଖାଯାଇଥିଲା। ଆଜି ପୂର୍ବାହ୍‌ଣ ପ୍ରାୟ ୧୦ଟା ସମୟରେ ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ମହିଳା ଜଣଙ୍କ କିଛି ଦିନ ହେଲା ନିଜ ବାପା ଘର ଏମପିଭି ୨୩ ଗ୍ରାମରେ ରହି ଆସୁଥିଲେ। ତେବେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ମହିଳା ଜଣଙ୍କ ଘରେ ରହିଥିବା ବେଳେ ସ୍ୱାମୀ ଅଚାନକ ଆସି ସ୍ତ୍ରୀର ବେକକୁ ଏକ ବ୍ଲେଡ ସାହାଯ୍ୟରେ କାଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଘର ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ମୋନିକାଙ୍କୁ ପ୍ରଥମେ କାଲିମେଳା ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking