29.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଘରୋଇ ହାତକୁ ଯିବ ଆନ୍ଧ୍ରପ୍ରଦେଶର ମଦ କାରବାର

ଘରୋଇ ହାତକୁ ଯିବ ଆନ୍ଧ୍ରପ୍ରଦେଶର ମଦ କାରବାର

ତେଲେଙ୍ଗାନା : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବା ଦିଗରେ କାମ ଆରମ୍ଭ କରିଦେଇଛନ୍ତି । ବିଧାନସଭା ନିର୍ବାଚନ ବେଳେ ସେ ରାଜ୍ୟର ଭୋଟରଙ୍କୁ ଭଲ ଗୁଣବତ୍ତାର ମଦ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ଉପରେ ଏବେ କାମ ଆରମ୍ଭ ହୋଇଛି । ଏବେ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ମଦନୀତି କ୍ରମରେ ମଦ ଦୋକାନଗୁଡିକୁ ଲାଇସେନ୍ସ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଏବେ କାହାକୁ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ମିଳିବ ତାହା ଲଟେରୀ ମାଧ୍ୟମରେ ସ୍ଥିର ହେବ । ମଦ ଦୋକାନକୁ ସରକାରୀରୁ ଘରୋଇ କରିଦିଆଯିବ ।

ଏନଟିଆର ଜିଲ୍ଲାର ଜିଲ୍ଲାପାଳ ଡ଼.ଜି ଶ୍ରୀଜନା କହିଛନ୍ତି କି, ୧୧୩ ଟି ମଦ ଦୋକାନ ଲାଇସେନ୍ସ ପାଇଁ ୫,୮୨୫ ଜଣ ଆବେଦନ କରିଛନ୍ତି। ଏବେ ସେହି ଆବେଦନକାରୀଙ୍କ ସାମ୍ନାରେ ଲଟେରୀ କରାଯିବ । କିଛି ସଂରକ୍ଷିତ ଆବେଦନକାରୀ ବି ରଖାଯିବ । ଯଦି କୌଣସି ସିଲେକଟେଡ କ୍ୟାଣ୍ଡିଡେଟ ନିୟମ ପାଳନ ନ କରନ୍ତି ତେବେ ରିଜର୍ଭ କ୍ୟାଣ୍ଡିଡେଟଙ୍କୁ ଠିକା ଦିଆଯିବ ।

ରିପୋର୍ଟ ମୁତାବକ ଆନ୍ଧ୍ରପ୍ରଦେଶର ଲୋକ କୌଣସି ବ୍ରାଣ୍ଡର ୧୮୦ ମିଲିଗ୍ରାମ ମଦ ୯୦ ଟଙ୍କାରେ ପାଇପାରିବେ । ମଦର ଗୁଣବତ୍ତା, ପରିମାଣ ଉପରେ ଧ୍ୟାନ ଦେଇ ମଦନୀତି ତିଆରି କରାଯାଇଛି । ଯେଉଁମାନେ ମଦ ଦୋକାନ ପାଇଁ ଲାଇସେନ୍ସ ପାଇବେ ସେମାନଙ୍କ ଲାଇସେନ୍ସ ଅବଧି ୨ ବର୍ଷ ରହିବ । ଲାଇସେନ୍ସ ପାଇବାକୁ ୨ ଲକ୍ଷ ଟଙ୍କା ଶ୍ଳୁକ ଦେବାକୁ ପଡିବ । ଯାହାକି ଲାଇସେନ୍ସ ଅବଧି ସରିବା ପରେ ଫେରସ୍ତ ପାଇବେ । ସକାଳ ୧୦ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking