32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଦକ୍ଷିଣ କୋରିଆକୁ ଯୋଡୁଥିବା ସଡ଼କକୁ ଉଡ଼ାଇ ଦେଲା ଉତ୍ତର କୋରିଆ

ଦକ୍ଷିଣ କୋରିଆକୁ ଯୋଡୁଥିବା ସଡ଼କକୁ ଉଡ଼ାଇ ଦେଲା ଉତ୍ତର କୋରିଆ

ନୂଆଦିଲ୍ଲୀ : କୋରିଆ ଉପଦ୍ୱୀପରେ ଉତ୍ତେଜନା ବୃଦ୍ଧି ପାଇଛି । ଉତ୍ତର କୋରିଆ ଆକ୍ରୋଶମୂଳକ ଭାବେ ନେଇଛି ପଦକ୍ଷେପ । ଏହି ଅନୁସାରେ ମଙ୍ଗଳବାର ସଡ଼କର ସେହି ଭାଗକୁ ନଷ୍ଟ କରି ଦେଇଛି , ଯାହାକି ଆଉ ବ୍ୟବହାର ଉପଯୋଗୀ ହୋଇ ନାହିଁ । ଏହି ସଡ଼କ ଦିନେ ଦକ୍ଷିଣ କୋରିଆକୁ ଯୋଡ଼ୁ ଥିଲା । ଦକ୍ଷିଣ କୋରିଆ ଏହାର ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଡ୍ରୋନ୍ ଉଡାଇବାର ଦାବି କରିବା ପରେ, ସେ ଏହି ପଦକ୍ଷେପ ଉଠାଇଛି , ଯାହା ପରେ ଉଭୟ ପ୍ରତିଦ୍ୱନ୍ଦ୍ୱୀ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବଢିଯାଇଛି ।

ରାସ୍ତାକୁ ନଷ୍ଟ କରିବା ପରେ ଦକ୍ଷିଣ କୋରିଆର ରୁଢିବାଦୀ ସରକାର ବିରୋଧରେ ଉତ୍ତର କୋରିଆର କ୍ରୋଧ ବୃଦ୍ଧି ପାଇଛି । ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍ ଉନ୍ ଦକ୍ଷିଣ କୋରିଆ ସହ ସମ୍ୱନ୍ଧକୁ ଶେଷ କରିବାରୁ ଆହ୍ୱାନ ଦେଇଛନ୍ତି । ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ କହିଛନ୍ତି ଯେ ରାସ୍ତା ଗୁଡ଼ିକୁ ବିସ୍ଫୋରକ ଦ୍ୱାରା ନଷ୍ଚ କରିବା ଜବାବରେ ଦକ୍ଷିଣ କୋରିଆର ସେନା ମଧ୍ୟ ଦକ୍ଷିଣ ସୀମାରେ ଫାୟାରିଂ କରିଛନ୍ତି ।  ଦକ୍ଷିଣ କୋରିଆର ବୟାନରେ ଫାୟାରିଂ ନେଇ ବିସ୍ତୃତ ସୂଚନା ଦିଆଯାଇ ନାହିଁ ।

ଏବେ ଏହା ଜଣାପଡ଼ି ନାହିଁ ଯେ ଉତ୍ତର କୋରିଆ ଏହି ଫାୟାରିଂ ନେଇ କୌଣସି ଜବାବୀ କାର୍ଯ୍ୟାନୁଷ୍ଠାନ କରିଛି ନା ନାହିଁ । ଦକ୍ଷିଣ କୋରିଆ ନେତା କହିଛନ୍ତି କି ସେ ଆମେରିକା ସହ ନିଜର ପ୍ରସ୍ତୁତି ଓ ମନିଟରିଂକୁ ବଢାଉଛି । ଦକ୍ଷିଣ କୋରିଆର ସେନା ଦ୍ୱାରା ଉପଲବ୍ଧ ହୋଇଥିବା ଏକ ଭିଡ଼ିଓରେ ପଶ୍ଚିମୀ ସୀମାବର୍ତ୍ତୀ ସହର କିସୋଙ୍ଗର ନିକଟରେ ଏକ ରାସ୍ତାରେ ବିସ୍ଫୋରକ କାରଣରୁ ଧୂଆଁ ବାହାରିବା ଓ ଉତ୍ତର କୋରିଆର ଭଗ୍ନାବଶେଷକୁ ହଟେଇବା ପାଇଁ ଟ୍ରକ୍ ଓ ମେସିନ୍ ଗୁଡ଼ିକ ଯାଉଥିବାର ଦେଖାଯାଇଛି । ଆଉ ଏକ ଭିଡ଼ିଓରେ କୋରିଆର ପୂର୍ବ ସୀମାର ନିକଟରେ ଏକ ତଟୀୟ ରାସ୍ତାରୁ ଧୂଆଁ ବାହାରୁ ଥିବାର ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking