29.1 C
Bhubaneswar
Wednesday, October 16, 2024
Homeଖେଳଡେନ୍‌ମାର୍କ ଓପନ୍‌: ପ୍ରଥମ ରାଉଣ୍ଡ୍‌ରୁ ଲକ୍ଷ୍ୟ, ମାଳବିକା ଆଉଟ୍‌

ଡେନ୍‌ମାର୍କ ଓପନ୍‌: ପ୍ରଥମ ରାଉଣ୍ଡ୍‌ରୁ ଲକ୍ଷ୍ୟ, ମାଳବିକା ଆଉଟ୍‌

ନୂଆଦିଲ୍ଲୀ: ଭାରତର ଲକ୍ଷ୍ୟ ସେନ୍ ଓ ମାଳବିକା ବନ୍‌ସୋଡ୍ ଡେନ୍‌ମାର୍କ ଓପନ୍ ସୁପର୍ ୭୫୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ରାଉଣ୍ଡ୍‌ରୁ ବିବାଦୟ ନେଇଛନ୍ତି । ୨୦୨୧ ବିଶ୍ୱ ଚାମ୍ପିଅନ୍‌ଶିପ୍ ବ୍ରୋଞ୍ଜ୍ ବିଜେତା ଲକ୍ଷ୍ୟ ସଂଘପୂର୍ଣ୍ଣ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ମଙ୍ଗଳବାର ଚୀନ୍‌ର ଲୁ ଗୁଆଙ୍ଗ ଜୁ’ଙ୍କଠାରୁ ୨୧-୧୨, ୧୯-୨୧, ୧୪-୨୧ରେ ପରାଜିତ ହୋଇଛନ୍ତି ।

ଏହି ମ୍ୟାଚ୍ ୭୦ ମିନିଟ୍ ଧରି ଚାଲିଥିଲା । ୨୨ ବର୍ଷୟୀ ଲକ୍ଷ୍ୟ ସେନ୍ ଗତ ସପ୍ତାହରେ ଫିନ୍‌ଲାଣ୍ଡରେ ଆର୍କଟିକ୍ ଓପନ୍ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ପରାଜିତ ହୋଇଥିଲେ । ସେହିପରି ଚାଇନା ଓପନ୍ କ୍ୱାର୍ଟରଫାଇନାଲିଷ୍ଟ ମାଳବିକା ମନ୍‌ସୋଡ୍ ମଧ୍ୟ ପ୍ରଥମ ରାଉଣ୍ଡ୍ ବାଧା ଅତିକ୍ରମ କରିପାରି ନହାନ୍ତି । ମହିଳା ସିଙ୍ଗଲ୍ସରେ ସେ ଭିଏତ୍‌ନାମ୍‌ର ଏନ୍‌ଗୁଏନ୍ ଥୁଇ ଲିନ୍‌ହଙ୍କଠାରୁ ୧୩-୨୧, ୧୨-୨୧ ସିଧା ଗେମ୍‌ରେ ପରାଜିତ ହୋଇଛନ୍ତି । ମହିଳା ଡବଲ୍ସରେ ଓଡ଼ିଆ ଖେଳାଳି ରୁତପର୍ଣ୍ଣା ପଣ୍ଡା ଓ ଶ୍ୱେତପର୍ଣ୍ଣା ପଣ୍ଡାଙ୍କ ଭାରତୀୟ ଯୋଡ଼ି ମଧ୍ୟ ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଛି । ପଣ୍ଡା ଭଗିନୀଙ୍କ ଯୋଡ଼ି ଚୀନା ତାଇପେଇର ଚାଙ୍ଗ୍ ଚିଙ୍ଗ୍ ହୁଇ ଓ ୟାଙ୍ଗ୍ ଚିଙ୍ଗ୍ ତୁନ୍‌ଙ୍କ ଯୋଡ଼ିଠାରୁ ୧୮-୨୧, ୨୨-୨୪ ଗେମ୍‌ରେ ହାରିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking