27.1 C
Bhubaneswar
Friday, March 27, 2026
Homeଦେଶ ବିଦେଶରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ

ନୂଆଦିଲ୍ଲୀ:  ଆଲଜେରିଆ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ଆଲଜିୟର୍ସସ୍ଥିତ ସିଦି ଅବ୍ଦେଲା ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପୋଲ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜନୀତି ବିଜ୍ଞାନରେ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି। ଆଲଜେରିଆର ଉଚ୍ଚଶିକ୍ଷା ଓ ବୈଜ୍ଞାନିକ ଗବେଷଣା ମନ୍ତ୍ରୀ କମଲ ବଦଦାରୀ ଏହି ଡକ୍ଟରେଟ୍ ଉପାଧି ପ୍ରଦାନ କରିଛନ୍ତି। ସିଦ୍ଦି ଅବ୍ଦେଲା ବିଶ୍ୱବିଦ୍ୟାଳୟକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ପ୍ରାଚୀନ କାଳରୁ ବିଶ୍ୱରେ ଶାନ୍ତି ଓ ସମୃଦ୍ଧି ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମୋ ଭାରତ ଦେଶ ପାଇଁ ଏହି ଡକ୍ଟରେଟ୍ ସମ୍ମାନ। ସେ କହିଥିଲେ ଯେ ଶିକ୍ଷା ଅସମାନତାକୁ ଦୂର କରିଥାଏ ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗକୁ ପ୍ରୋତ୍ସାହିତ କରେ। ଭାରତର ଆଇଟିଇସି କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ବୃତ୍ତି କାର୍ଯ୍ୟକ୍ରମର ଲାଭ ଉଠାଇବା ପାଇଁ ସେ ଆଲଜେରିଆ ସରକାର, ଉଚ୍ଚଶିକ୍ଷା ବିଭାଗ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ଦେଶର ଯୁବକମାନେ ଲୋକମାନଙ୍କୁ ଯୋଡ଼ିବାର ଏକ ଦୃଢ଼ ସେତୁ ହେବେ ଏବଂ ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଆହୁରି ସୁଦୃଢ଼ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking