ଭୁବନେଶ୍ୱର : ଥରେ ହିଁ ଯାଞ୍ଚ ହେବ ଧାନର ମାନ । ମିଲରେ କଟନୀ ଛଟନୀର ଶିକାର ହେବେନି ଚାଷୀ । ଆଗରୁ ମଣ୍ଡିରେ ଥରେ ଏବଂ ମିଲରେ ଥରେ ମାନ ଯାଞ୍ଚ ହେଉଥିଲା । ଏବେ ଥରେ ମାତ୍ର ଯାଞ୍ଚ ହେବ । ଧାନ କିଣା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଧାନ ବିକ୍ରି ବେଳେ ସିଲ ହେବ ପଡୋଶୀ ରାଜ୍ୟ ସୀମା । ବାହାର ରାଜ୍ୟର ଚାଷୀ ଓଡ଼ିଶାରେ ବିକି ପାରିବେନି ଧାନ । ଛତିଶଗଡ଼, ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟର ସୀମାରେ ଚେକିଂ କଡାକଡି ହେବ । ବଡ କଥା ହେଲା ଜିଲ୍ଲାପାଳ ବଢାଇ ପାରିବେ ଚାଷୀଙ୍କ ଟୋକନ ସୀମା। ସେଥିପାଇଁ ଜିଲ୍ଲାପାଳଙ୍କୁ ଅଧିକୃତ କ୍ଷମତା ଦିଆଯିବ । ଆଉ ରାଜ୍ୟ ସରକାର ପାଖକୁ ପଠାଇବେନି ଜିଲ୍ଲା ସ୍ତରରେ ନିଷ୍ପତ୍ତି ନେଇ ପାରିବେ ।










