32.1 C
Bhubaneswar
Wednesday, October 16, 2024
Homeଓଡିଶାମଣ୍ଡି ଦାୟିତ୍ୱରେ ରହିବେ ମନ୍ତ୍ରୀ

ମଣ୍ଡି ଦାୟିତ୍ୱରେ ରହିବେ ମନ୍ତ୍ରୀ

ଭୁବନେଶ୍ୱର : ଧାନ କିଣିବା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ମଣ୍ଡି ଦାୟିତ୍ୱରେ ରହିବେ ମନ୍ତ୍ରୀ । ପ୍ରତି ମଣ୍ଡିରେ ରହିବେ ଜଣେ ଲେଖାଏଁ ପ୍ରାଧିକୃତ ଅଧିକାରୀ । ସେହିପରି ଏକାଧିକ ଧାନ ମଣ୍ଡିକୁ ନେଇ ଜୋନ ତିଆରି ହେବ । ଆଉ ପ୍ରତି ଜୋନରେ ଜଣେ ଲେଖାଏଁ ସୁପର ଭାଇଜର ଅଧିକାରୀ ରହିବେ । ଯୋଗାଣ, ସମବାୟ, ପୋଲିସ ପ୍ରଶାସନ ଓ ଜିଲ୍ଳା ପ୍ରଶାସନର ଅଧିକାରୀ ମାନେ ଏହି ଦାୟିତ୍ୱରେ ରହିବେ ।

ଆବଶ୍ୟକ ପଡିଲେ ପଞ୍ଚାୟତିରାଜ ବିଭାଗର ଅଧିକାରୀ ମାନଙ୍କୁ ମଧ୍ୟ ନିୟୋଜିତ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ମଣ୍ଡି ଗୁଡ଼ିକରେ ଟୋକନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ଜିଲ୍ଲାପାଳ ନେଇ ପାରିବେ । ପ୍ରତି ମନ୍ତ୍ରୀମାନଙ୍କୁ ଦୁଇରୁ ତିନୋଟି ଜିଲ୍ଲାର ଦାୟିତ୍ୱ ଦିଆଯିବ । ଏହାସହ ଧାଣ କିଣା ବେଳେ ପଡୋଶୀ ରାଜ୍ୟର ସୀମା ସିଲ ହେବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । କହିଛନ୍ତି, ପଡ଼ୋଶୀ ଚାଷୀ ଓଡ଼ିଶାକୁ ଆସି କେମିତି ଧାନ ବିକ୍ରି ନକରିବେ, ତା’ ଉପରେ ରାଜ୍ୟ ସରକାର ପୂରା ନଜର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking