32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଗୁଜରାଟରୁ ୫ ହଜାର କୋଟିର କୋକେନ ଜବତ

ଗୁଜରାଟରୁ ୫ ହଜାର କୋଟିର କୋକେନ ଜବତ

ଗାନ୍ଧୀନଗର : ୫ ହଜାର କୋଟି ଟଙ୍କାର କୋକେନ ଜବତ । ଦିଲ୍ଲୀ ଓ ଗୁଜରାଟ ପୁଲିସକୁ ମିଳିତ ସଫଳତା । ୫୧୮ କେଜିର କୋକେନ ଜବତ କରିଛି ପୁଲିସ । ଯାହାର ଆନୁମାନିକ ମୂଲ୍ୟ ୫ ହଜାର କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି । ଆଜି ଦିଲ୍ଲୀ ଓ ଗୁଜରାଟ ପୁଲିସ ପକ୍ଷରୁ କରଯାଇଥିବା ସ୍ୱତନ୍ତ୍ର ଅପରେସନକୁ ଏହି ସଫଳତା ମିଳିଛି । ଗୁଜରାଟର ଆଙ୍କଲେଶ୍ୱର ଅଞ୍ଚଳରେ ଥିବା ଆବକର ଡ୍ରଗ୍ସ କମ୍ପାନୀରୁ ଏହି କୋକେନ ଜବତ କରାଯାଇଛି । ଏହା ପୂର୍ବରୁ ଚଳିତ ମାସରେ ଦୁଇଟି ସ୍ଥାନରେ ଚଢାଉ କରି ମୋଟ ଉପରେ ୭୦୦ କିଲୋ ଓଜନର କୋକେନ ଜବତ କରାଯାଇଥିଲା । ଗତ ଅକ୍ଟୋବର ୧ ତାରିଖରେ ଦକ୍ଷିଣ ଦିଲ୍ଲୀର ମହିପାଲପୁରରୁ ୫୦୦ କିଲୋ ଏବଂ ରମେଶ ନଗରରୁ ୨୦୦ କିଲୋ କେକେନ ଜବତ କରିଥିଲା ଦିଲ୍ଲୀ ପୁଲିସ । ପରେ ଏହା ସହ ଲିଙ୍କ୍ ଥିବା ଗୁଜରାଟର ଆବକର ଡ୍ରଗ୍ସ କମ୍ପାନୀ ଉପରେ ରେଡ କରାଯାଇଥିଲା । ମୋଟ ଉପରେ ଅକ୍ଟୋବର ମାସରେ ୧୨୮୯ କିଲୋ କେକେନ ଏବଂ ୪୦ କିଲୋ ଥାଇ ଗଞ୍ଜେଇ ଜବତ କରାଯାଇଛି । ଯାହାର ବଜାର ମୂଲ୍ୟ ୧୩ ହଜାର କୋଟି ହେବ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking