27.1 C
Bhubaneswar
Thursday, February 12, 2026
Homeଅପରାଧଲଜ୍ଜା: ଷ୍ଟେସନ ବାହାରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ଲଜ୍ଜା: ଷ୍ଟେସନ ବାହାରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ ଅଞ୍ଚଳରେ ଜଣେ ୨୯ ବର୍ଷୀୟା ଯୁବତୀଙ୍କୁ ଦୁଇ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାତିରେ ମହିଳା ଜଣକ ସିଏସଏମଟି ଷ୍ଟେସନ ବାହାରେ ଏକୁଟିଆ ଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ସମୟରେ ଦୁଇ ଜଣ ଅଜଣା ବ୍ୟକ୍ତି ମହିଳାଙ୍କ ପାଖକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ପାଟିକୁ ଧରିଥିଲେ ।

ଏନେଇ ମହିଳା ଜଣକ ମୁମ୍ବାଇ ପୁଲିସନିକଟରେ ଅଭିଯୋଗ କରିଛନ୍ତି । ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଦୁହେଁ ତାଙ୍କୁ ଧମକ ଚମକ ଦେବା ସହ ସିଏସଏମଟି ଷ୍ଟେସନ ବାହାରେ ଥିବା ଟ୍ୟାକ୍ସି ଷ୍ଟାଣ୍ଡ ପଛରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ମହିଳା ଜଣକ ପ୍ରଥମେ ସିଏସଏମଟି ଲୋହମାର୍ଗ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲାକୁ ଅଧିକ ତଦନ୍ତ ପାଇଁ ରମାବାଇ ମାର୍ଗ ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରିଛି ମୁମ୍ବାଇ ପୋଲିସ ।

ନିକଟରେ ପୁଣେରୁ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଏଠାରେ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ଜଣେ ମହିଳାଙ୍କୁ ୩ ଜଣ ଯୁବକ ଦୁଷ୍କର୍ମ କରିଥିଲେ । ଏହି ସମୟରେ ସେମାନଙ୍କ ବନ୍ଧୁଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ରାତି ୧୧ଟାରେ ଏହି ଘଟଣା ଘଟିଥିବା ବେଳେ ସକାଳ ୫ଟାରେ ଥାନାରେ ଅଭିଯୋଗ ପହଞ୍ଚିଥିଲା। ଏହାପରେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ୧୦ଟି ଟିମ୍ ଗଠନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking