32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୪ ସାଙ୍ଗଙ୍କ ଜୀବନ

ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୪ ସାଙ୍ଗଙ୍କ ଜୀବନ

ନୂଆଦିଲ୍ଲୀ: ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ବାଇକ ମୁହାଁମୁହିଁ ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ ୪ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଯୁବକ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣାଟି ବିହାରର ସରମେରା ଥାନା ଅଞ୍ଚଳରେ ଘଟିଛି। ଦୁଇ ବାଇକ ଦ୍ରୁତଗତିରେ ପିଟି ହୋଇ ଏପରି ଦୁର୍ଘଟଣା ଘଟିଛି। ରାହଗିରୀ ଦୁର୍ଘଟଣାର ସୂଚନା ପୋଲିସକକୁ ଦିଆଯାଇଛି। ପୋଲିସ ଘଟଣାସ୍ଥଳରେ ସମସ୍ତ ୬ ଆହତ ଯୁବକଙ୍କୁ ନିକଟସ୍ଥ ସଦର ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି।

ହେଲେ ୪ ଯୁବକଙ୍କୁ ଡାକ୍ତର ପ୍ରାଥମିକ ଯାଞ୍ଚରେ ମୃତ ଘୋଷଣା କରିଛନ୍ତି। ଅନ୍ୟ ୨ ଯୁବକଙ୍କ ଅବସ୍ଥା ଗୁରତର ରହିଛି। ପୋଲିସ ଚାରିଜଣ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ସେହିପରି ମୃତକ-ଆହତକୁ ଦୁର୍ଘଟଣାର ସୂଚନା ଦେଇ ଡକାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking