32.1 C
Bhubaneswar
Wednesday, October 16, 2024
Homeଅପରାଧଜୁଆ ଆଡ୍ଡା ଉପରେ ଚଢାଉ: ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ

ଜୁଆ ଆଡ୍ଡା ଉପରେ ଚଢାଉ: ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ

ଛତ୍ରପୁର : ଆକ୍ସନ ମୋଡ଼ରେ ଗଞ୍ଜାମ ପୋଲିସ । ଜିଲ୍ଲାର ବିଭିର୍ଣ୍ଣ ଥାନା ଅଞ୍ଚଳରେ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିବା ସହ ୧୮ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ମୁତାବକ, ଛତ୍ରପୁରଥାନା ଶାନ୍ତିନଗର ସରକାରୀ ଆଇ ଟି ଆଇ ନିକଟ କୁକୁଡ଼ା ଫାର୍ମ ପଛପଟ ଜୁଆ ଆଡ୍ଡା ଉପରେ ଶନିବାର ଚଢାଉ କରିଥିଲା ପୋଲିସ । ସେମାନଙ୍କ ପାଖରୁ ନଗଦ ୪୧ହଜାର ୫୨୫ଟଙ୍କା ଜବତ କରିବା ସହ ୧୧ଟି ମଟର ସାଇକେଲ, ୩ ମୋବାଇଲ ଜବତ କରିଛି ପୋଲିସ । ଏହି ଘଟଣାରେ ୯ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ । ସେହିପରି ଅକ୍ଟୋବର ୯ ତାରିଖ ରାତିରେ ବାଟଛତ୍ରପୁର କିଆବାଡ଼ ନିକଟରେ ଜୁଆ ଆଡ୍ଡା ଉପରେ ଛତ୍ରପୁର ପୁଲିସ ଚଢ଼ଉ କରିବା ସହ ନଗଦ ୫୬ ହଜାର ୩୯୦ ଟଙ୍କା ଜବତ କରିଛି ପୋଲିସ । ଏହା ସହ ୭ଟି ମୋବାଇଲ ସହ ୬ ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ୩ ଦିନ ତଳେ ଗଞ୍ଜାମ ପୋଲିସ କଲ୍ୟାଣପୁର ଗ୍ରାମ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା । ସେଠାରେ ଚଢାଉ କରି ନଗଦ ୨ ଲକ୍ଷ ୪୨ ହଜାର ଟଙ୍କା ଜବତ କରିଥିବା ବେଳେ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking