31.1 C
Bhubaneswar
Wednesday, February 11, 2026
Homeଓଡିଶାନାବାଳକ ଅପହରଣ ମାମଲାରେ ୨ ଗିରଫ

ନାବାଳକ ଅପହରଣ ମାମଲାରେ ୨ ଗିରଫ

ଭୁବନେଶ୍ୱର: ବଲାଙ୍ଗୀରରୁ ଅପହୃତ ଶିଶୁପୁତ୍ରକୁ ଓଡ଼ିଶା ପୁଲିସ ହାଇଦ୍ରାବାଦରୁ ଉଦ୍ଧାର କରିଛି। ଅଭିଯୁକ୍ତମାନେ ଶିଶୁପୁତ୍ରକୁ ହାଇଦ୍ରାବାଦ୍ ନେଇ ପଳାଇଥିବା ନେଇ ସୂଚନା ମିଳିବା ପରେ ପୁଲିସ ସେମାନଙ୍କୁ ଅନୁସରଣ କରିଥିଲା। ଅପହରଣର ୧୨ ଦିନ ପରେ ଶିଶୁପୁତ୍ରକୁ ପୁଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଶିଶୁପୁତ୍ର ଚୋରି ଘଟଣାରେ ପୁଲିସ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅଞ୍ଚଳର ନାବାଳକ ବାପାଙ୍କ ସହ ବଲାଙ୍ଗୀର ବୁଲିବାକୁ ଆସିଥିବା ବେଳେ ଗତମାସ ୨୯ ତାରିଖ ଦିନ ଅପହରଣ ହୋଇଥିଲା।

ଏନେଇ ନାବାଳକର ବାପା ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲାକୁ ଆଧାର କରି ଶିଶୁପୁତ୍ରକୁ ଉଦ୍ଧାର କରିବା ପାଇଁ ଛାନ୍‌ଭିନ୍ ଆରମ୍ଭ କରିଥିଲା। ପୁଲିସ ଜାଣିବାକୁ ପାଇଥିଲା ଯେ, ନାବାଳକୁ ଅପହଣ କରିବାରେ ଜଣେ ମହିଳା ଓ ପୁରୁଷଙ୍କ ସଂପୃକ୍ତି ରହିଛି। ସେମାନେ ନାବାଳକୁ ଚୋରି କରିନେଇ ହାଇଦ୍ରାବାଦ ଯାଇଛନ୍ତି। ମୋବାଇଲ ନମ୍ବରକୁ ଟ୍ରାକିଂ କରି ଓ ତେଲେଙ୍ଗାନା ପୁଲିସର ସହା?ୟତାରେ ଓଡ଼ିଶା ପୁଲିସ ଅଭିଯୁକ୍ତମାନଙ୍କ ନିକଟରେ ପହଞ୍ଚି ଥିଲା। ନାବାଳକୁ ଉଦ୍ଧାର ସହ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଛି। ତେବେ ନାବାଳକକୁ କାହିଁକି ଅପହରଣ କରାଯାଇଥିଲା, ସେନେଇ ପୁଲିସ ଅଧିକ ତଦନ୍ତ କରୁଛି। ଅନ୍ୟପଟରେ ପରିବାର ଲୋକେ ନାବାଳକକୁ ପାଇଁ ଖୁସି ଅନୁଭବ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking