30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶବଡ଼ ବିପଦ ଟଳିଲା, ବର୍ତ୍ତିଗଲେ ୧୪୦ ବିମାନ ଯାତ୍ରୀ

ବଡ଼ ବିପଦ ଟଳିଲା, ବର୍ତ୍ତିଗଲେ ୧୪୦ ବିମାନ ଯାତ୍ରୀ

ତ୍ରିଚି: ଭଗବାନଙ୍କ ଆଶିର୍ବାଦରୁ ଏକ ବହୁତ ବଡ଼ ବିପଦ ଟଳିଯାଇଛି। ମଝି ଆକାଶରେ ଏୟାର ଇଣ୍ଡିଆର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ୧୪୦ ବିମାନ ଯାତ୍ରୀ ଏବଂ ବିମାନର ଅନ୍ୟ କ୍ରୁ ସଦସ୍ୟଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା। କିଛି ସମୟ ପର୍ଯ୍ୟନ୍ତ ସମସ୍ତ ଭାରତବାସୀଙ୍କ ହୃଦ୍‌ସ୍ପନ୍ଦନ ତୀବ୍ର ହୋଇଯାଇଥିଲା। କ’ଣ ହେବ ନହେବ ସେହି ଆଶଙ୍କାରେ ସମସ୍ତେ ଭଗବାନ୍‌ଙ୍କୁ ପ୍ରାର୍ଥନା କରିବା ଆରମ୍ଭ କରିଦେଇଥିଲେ। ତେବେ ରିପୋର୍ଟ ଲେଖାହେବା ବେଳକୁ ବିମାନଟି ସୁରକ୍ଷିତ ଲ୍ୟାଣ୍ଡିଂ କରିଥିବା ଏବଂ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସ୍ପଷ୍ଟ ହୋଇଛି।

ରିପୋର୍ଟ ଅନୁସାରେ ତାମିଲନାଡ଼ୁର ତ୍ରିଚି ବିମାନ ବନ୍ଦରରୁ ୫.୪୫ ସମୟରେ ବିମାନଟି ୟୁଏଇର ଶାରଜା ଅଭିମୁଖେ ଯାଉଥିବା ବେଳେ ଅର୍ଥାତ୍ ମଝି ଆକାଶରେ ଉଡୁଥିବା ସମୟରେ ହିଁ ପାଇଲଟ୍ ଜାଣିବାକୁ ପାଇଥିଲେ ଯେ, ବିମାନରେ ହାଇଡ୍ରୋଲିକ୍ ତ୍ରୁଟି ଦେଖାଦେଇଛି। ଯାହାଫଳରେ ସୁରକ୍ଷିତ ଲ୍ୟାଣ୍ଡ୍ କରିବା ଏକପ୍ରକାର ଅସମ୍ଭବ ହୋଇପଡିଥିଲା। ଫଳରେ ତ୍ରିଚି ବିମାନ ବନ୍ଦରରେ ଏମର୍ଜେନ୍ସି ଘୋଷଣା କରାଯାଇଥିଲା।

ବିମାନରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ଆଶଙ୍କା କରାଯାଉଥିବା ବେଳେ ୨୦ଟି ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଏୟାରପୋର୍ଟରେ ପହଞ୍ôଚଯାଇଥିଲେ। ଶାରଜା ଅଭିମୁଖେ ଉଡ଼ାଣ ଭରିବାର ମାତ୍ର କିଛି ମିନିଟ ମଧ୍ୟରେ ଏହା ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିବା ନେଇ ପାଲଟ ଏୟାର ଷ୍ଟେସନକୁ ସୂଚନା ଦେଇଥିଲେ। ଏହାକୁ ନେଇ ଆତଙ୍କ ଖେଳିଯାଇଥିଲା। ପ୍ରକାଶ, ସାଧାରଣତଃ ହାଇଡ୍ରୋଲିକ୍ ସମସ୍ୟାରେ ଲ୍ୟାଣ୍ଡିଂ ଗିୟର, ବ୍ରେକ ଓ ଫ୍ଲାପ୍ସ ଆଦି କାମ କରିବା ବନ୍ଦ କରିଦେଇଥାଏ। ଏହାର ଅର୍ଥ ବିମାନଟି ବିନା ଚକାରେ ଲ୍ୟାଣ୍ଡ୍ କରିବାକୁ ପଡ଼ିଥାଏ। କିନ୍ତୁ ଏପରି ସ୍ଥିତିରେ ବିମାନଟି ଘୋଷାଡି ହୋଇ ନିଆଁ ଲାଗିବା ଆଶଙ୍କା ରହିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking