17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶ୨୦ ଖଣି କର୍ମଚାରୀଙ୍କୁ ଗୁଳିକରି ହତ୍ୟା

୨୦ ଖଣି କର୍ମଚାରୀଙ୍କୁ ଗୁଳିକରି ହତ୍ୟା

ଇସଲାମାବାଦ୍‌: ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ବେଲୁଚିସ୍ତାନର କ୍ୱେଟା ଠାରେ ବଡ଼ ଧରଣର ଆକ୍ରମଣ ହୋଇଛି। ଅଜ୍ଞାତ ବନ୍ଧୁକଧାରୀମାନେ ଏକ ଖଣିରେ କାର୍ଯ୍ୟ କରୁଥିବା ୨୦ କର୍ମଚାରୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏହି ଘଟଣାରେ ଅନ୍ୟ ୭ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଅଧିକାରୀ ହମାୟୁନ ଖାନ ନାସିର କହିଛନ୍ତି ଯେ, ଡକୀ ଜିଲାରେ ଥିବା କୋଇଲା ଖଣି ନିକଟରେ କର୍ମଚାରୀମାନେ ରହୁଥିଲେ। ବନ୍ଧୁକଧାରୀମାନେ ଗୁରୁବାର ବିଳମ୍ବିତ ରାତିରେ ସେହି ଅଞ୍ଚଳରେ ପହଞ୍ଚି କର୍ମଚାରୀମାନଙ୍କ ଘରକୁ ଘେରି ଯାଇଥିଲେ। ପରେ ଘର ଭିତରକୁ ଆଖିବୁଜା ଗୁଳିମାଡ଼ କରିଥିଲେ।

ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକ ବାଲୋଚିସ୍ତନାର ପସ୍ତୁନ ଭାଷୀ ଅଞ୍ଚଳର। ମୃତକଙ୍କ ମଧ୍ୟରୁ ୩ ଜଣ ଏବଂ ଆହତଙ୍କ ମଧ୍ୟରେ ୪ ଆଫଗାନିସ୍ତାନ ନାଗରିକ ରହିଥିବା ସୂଚନା ମିଳିଛି। ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଏଥିନିମନ୍ତେ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ସ୍ଥାନୀୟ ଅଞ୍ଚଳରେ ବହୁ ବିଚ୍ଛିନ୍ନବାଦୀ ନେତା ରହୁଥିବା ବେଳେ ସେମାନେ ଅଲଗା ହେବାକୁ ଦାବି କରୁଛନ୍ତି। ସୁତରାଂ ଏସସବୁ ଏମାନଙ୍କ କାମ ହୋଇପାରେ ବୋଲି ଅନୁମାନ କରାଯାଉଛି। ଆଉ କିଛି ଦିନରେ ପାକିସ୍ତାନରେ ଏକ ସୁରକ୍ଷା ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏପରି ଆକ୍ରମଣ ସୁରକ୍ଷା ଚିନ୍ତାକୁ ବଢ଼ାଇ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking