22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଭାରତ ତିଆରି କରିବ ୨ଟି ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ

ଭାରତ ତିଆରି କରିବ ୨ଟି ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ

ନୂଆଦିଲ୍ଲୀ: ଆଗାମୀ ଦିନରେ ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ଭାରତ ସରକାର ୨ଟି ପରମାଣୁ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ନିର୍ମାଣକୁ ଗ୍ରୀନ୍ ସିଗ୍‌ନାଲ ଦେଇପାରନ୍ତି। ୯୫% ସ୍ୱଦେଶୀ ଜ୍ଞାନକୌଶଳରେ ଏହି ୨ ଆଣବିକ ବୁଡାଜାହାଜକୁ ବିକଶିତ କରାଯିବ। ଭାରତ ସରକାରଙ୍କ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (ସିସିଏସ) ଏ ନେଇ ଅନୁମତି ପ୍ରଦାନ କରିଛି। ତେବେ ଏହି ୨ ଆଣବିକ ଶକ୍ତିସମ୍ପନ୍ନ ସବମେରାଇନ୍ ବା ବୁଡ଼ାଜାହାଜ ଦ୍ୱାରା ଭାରତୀୟ ନୌସେନାକୁ ଅଧିକ ଶକ୍ତି ମିଳିବ।

ପରୋକ୍ଷରେ ସାମୁଦ୍ରିକ ସୁରକ୍ଷା ଦିଗରେ ଭାରତର ଉଭୟ ସାମରିକ ଏବଂ ଆକ୍ରମଣାତ୍ମକ କ୍ଷମତା ବୃଦ୍ଧି ପାଇବ। ରିପୋର୍ଟ ଅନୁସାରେ ବିଶାଖାପାଟଣାସ୍ଥିତ ଜାହାଜ ନିର୍ମାଣ କେନ୍ଦ୍ରରେ ଏହି ବୁଡ଼ାଜାହାଜ ନିର୍ମାଣ କରାଯିବ। ଏଥିପାଇଁ ଘରୋଇ କମ୍ପାନୀ ଲାର୍ସନ ଆଣ୍ଡ୍ ଟର୍ବୋର ସହାୟତା ନିଆଯାଇପାରେ। ଆରିହଣ୍ଟ୍ ଶ୍ରେଣୀର ବୁଡ଼ାଜାହାଜଠାରୁ ଏହା ଅଲଗା ହେବ। ଉଚ୍ଚସ୍ତରୀୟ ଜାହାଜ ପ୍ରଯୁକ୍ତିବିଦ୍ୟା ପ୍ରକଳ୍ପ ଅଧୀନରେ ଏହାର ନିର୍ମାଣ କରାଯିବ ବୋଲି କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking