28.1 C
Bhubaneswar
Wednesday, October 16, 2024
Homeଓଡିଶାଟ୍ୱିନ ସିଟିରେ ଆଜିଠୁ ଟ୍ରାଫିକ କଟକଣା

ଟ୍ୱିନ ସିଟିରେ ଆଜିଠୁ ଟ୍ରାଫିକ କଟକଣା

ଭୁବନେଶ୍ୱର : ଦୁର୍ଗାପୂଜା ପାଇଁ ଟ୍ୱିନ ସିଟିରେ ଆଜିଠୁ ଟ୍ରାଫିକ କଟକଣା । ଆଜିଠୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ ହେବ । ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ । କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ସେହିପରି ଭୁବନେଶ୍ୱରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ କଟକଣା ରହିବ । ଭୁବନେଶ୍ବରରେ ବାଣୀବିହାରରୁ ଶିଶୁଭବନ ଛକ, ରସୁଲଗଡରୁ ଲିଙ୍ଗିପୁର ଛକ, ବରମୁଣ୍ଡରୁ ପଳାଶୁଣୀ ଯାଏ ଉଭୟ ପାର୍ଶ୍ବର ସର୍ଭିସ ରୋଡ୍, ଆଚାର୍ଯ୍ୟ ବିହାରୁ -ଏୟାରପୋର୍ଟ ଛକ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ, ଜୟଦେବ ବିହାରର ରାଜଭବନ ଏବଂ ନନ୍ଦନକାନ ଛକ ଭଲି ପ୍ରମୁଖ ରାସ୍ତାରେ ଭାରିଯାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ ।ସେହିପରି କଟକରେ ବି ବିଭିନ୍ନ ରାସ୍ତା ଜାରି ହେଇଛି କଟକଣା । ମଙ୍ଗଳାବାଗ ଛକ, ଦୋଳମୁଣ୍ଡାଇ, ମାଲଗୋଦାମ ଫାଣ୍ଡି, ଛତ୍ରବଜାର ଅଞ୍ଚଳର ରାସ୍ତା ଓ ତତସଂଲଗ୍ନ ରାସ୍ତାରେ କଟକଣା ଜାରି ହୋଇଛି। ସେହିପରି କଟକରେ ଭସାଣି ପାଇଁ ୧୪ ତାରିଖ ସକାଳ ୭ରୁ ୧୫ ତାରିଖ ଭସାଣି ଶେଷ ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା । ସର୍ବସାଧାରଣଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛି କମିଶନରେଟ୍ ପୋଲିସ । ପୂଜାରେ ଉଭୟ ଟ୍ରାଫିକ ସହ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯିବ। ଭୁବନେଶ୍ବରରେ ୧୮୭ ପୂଜା ପଣ୍ଡାଲ ରହିଥିବା ବେଳେ କଟକରେ ୧୬୬ ମେଢ଼ ହୋଇଛି । ଏଥିପାଇଁ ଭୁବନେଶ୍ୱରରେ ୩୮ ପ୍ଲାଟୁନ ଏବଂ କଟକରେ ୬୪ ପ୍ଲାଟୁନ ପୋଲିସ ମୁତୟନ ହେବେ । ଏହାସହ ୬ ପ୍ଲାଟୁନ ସିଆରପିଏଫ , ୩ ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସ ମୁତୟନ ହେବେ । ୨୦୦ଅଫିସର, ସିଏପିଏଫ ଫୋର୍ସ ମୁତୟନ ହେବେ । ପୂଜା ସମୟରେ ସ୍ନାଚିଂ ରୋକିବାକୁ ସ୍ଵତନ୍ତ୍ର ପ୍ଲାନ୍ କରାଯାଇଛି । ସାଦା ପୋଷାକରେ ରହିବେ ପୋଲିସ ଅଧିକାରୀ । ପାର୍କିଂ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking