29.1 C
Bhubaneswar
Thursday, October 17, 2024
Homeଦେଶ ବିଦେଶତେଜସ୍ୱୀଙ୍କ ନାମରେ ସରକାରୀ ସାମଗ୍ରୀ ଚୋରି ଅଭିଯୋଗ ଆଣିଲା ବିଜେପି

ତେଜସ୍ୱୀଙ୍କ ନାମରେ ସରକାରୀ ସାମଗ୍ରୀ ଚୋରି ଅଭିଯୋଗ ଆଣିଲା ବିଜେପି

ପାଟନା: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପରିବାରକୁ ମିଳିଛି ଜାମିନ୍ । ଲାଲୁ, ତାଙ୍କର ଦୁଇ ପୁଅ ତେଜସ୍ୱୀ ଯାଦବ ଓ ତେଜ୍ ପ୍ରତାପ, ପତ୍ନୀ ରାବ୍ରୀ ଦେବୀଙ୍କ ସମେତ ମାଟ୍ ୯ ଜଣଙ୍କୁ ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ ଏହି ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ରିପୋର୍ଟ ଅନୁସାରେ ସୋମବାର ସକାଳୁ ଲାଲୁଙ୍କ ପୂରା ପରିବାର କୋର୍ଟରେ ହାଜର ହୋଇଥିଲା । ତେବେ ସମସ୍ତ ସଦସ୍ୟଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡ୍ ବିନିମୟରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏଥିସହିତ କୋର୍ଟ ଏସମସ୍ତଙ୍କୁ ସେମାନଙ୍କ ପାସ୍‌ପୋର୍ଟ ଦାଖଲ କରିବାକୁ, ବିନା ଅନୁମତିରେ ବାହାର ଦେଶକୁ ଯିବା ଉପରେ ରୋକ୍ ଲଗାଇଛନ୍ତି । କହିଛନ୍ତି । ପ୍ରକାଶ, ଏହି ମାମଲାରେ ପୂର୍ବରୁ ଦାଖଲ କରାଯାଇଥିବା ଚାର୍ଜସିଟ୍‌ରେ ତେଜପ୍ରତାପଙ୍କ ନାମ ନଥିବା ବେଳେ ପରବର୍ତ୍ତୀୟ ସମୟରେ ତାଙ୍କ ନାମକୁ ଏଥିରେ ସାମିଲ କରାଯାଇଥିଲା । ସୁତରାଂ ତେଜ ପ୍ରତାପ ଯାଦବ ପ୍ରଥମ ଥର ପାଇଁ କୋର୍ଟରେ ହାଜର ହୋଇଥିଲେ ।

ଅଗଷ୍ଟ ୬ରେ ଅଭିଯୁକ୍ତଙ୍କ ବିରୋଧରେ ଇଡି ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଥିଲା । ଏହି ମାମଲାରେ ଇଡି ଦ୍ୱାରା ଦାଖଲ ହୋଇଥିବା ଚାର୍ଜଶିଟରେ ୧୧ ଜଣ ଅଭିଯୁକ୍ତଙ୍କ ନାମ ଥିଲା । ସେଥିମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ହୋଇସାରିଛି । କିନ୍ତୁ କୋର୍ଟ ଇଡ଼ି କହିଥିଲା ଯେ ଲାଲୁଙ୍କ ବଡ଼ ପୁଅ ମଧ୍ୟ ଏହି ସ୍କାମରେ ଜଡିତ ଥିବା ଜଣାପଡିଛି । ଏଥିପାଇଁ ତାଙ୍କ ପ୍ରଥମ ଥର ହାଜର ହେବାକୁ ସମନ ଜାରି କରାଯାଇଥିଲା । ପ୍ରକାଶ, ଲାଲୁ ପ୍ରସାଦ ଯାଦବ ଚାକିରି ପାଇଁ ଜମି ଦୁର୍ନୀତି ମାମଲାର ମାଷ୍ଟର ମାଇଣ୍ଡ ବୋଲି ଇଡି ନିଜ ଚାର୍ଜଶିଟ୍‌ରେ କହିଥିଲା । ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ ତାରିଖରେ ହେବ ।

ଏସବୁ ମଧ୍ୟରେ ତେଜସ୍ୱୀଙ୍କ ବିରୋଧରେ ଆଉ ଏକ ବଡ଼ ତଥା ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି । ତେଜସ୍ୱୀ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କୁ ମିଳିଥିବା ସରକାରୀ ବାସଭବନକୁ ଏବେ ତାଙ୍କୁ ଖାଲି କରିବାକୁ ପଡ଼ିଛି । ଏହି ବାସଭବନକୁ ଏବେ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଶିଫ୍ଟ ହୋଇଛନ୍ତି । ତେବେ ଏହି ସମୟରେ ସରକାରୀ ବାସଭବନରୁ ସରକାରଙ୍କ ପକ୍ଷରୁ ଲଗାଯାଇଥିବା ଆସବାବପତ୍ର ସହ ଅନ୍ୟ ନିତ୍ୟ ବ୍ୟବହାରଯୋଗ୍ୟ ସାମଗ୍ରୀ ସବୁ ବାହାର କରିନିଆଯାଇଥିବା ଆଳରେ ବିଜେପି ଏବେ ଆରଜେଡି ଉପରେ ସରକାରୀ ଜିନିଷ ଚୋରି କରିଥିବା ନେଇ ଅଭିଯୋଗ ଆଣିଛି । ତେଜସ୍ୱୀଙ୍କ ଦଳ ଆରଜେଡି କିନ୍ତୁ ଅଭିଯୋଗର ପ୍ରମାଣ ଦେବାକୁ ବିଜେପିକୁ ଆହ୍ୱାନ କରିଛି । ପ୍ରମାଣ ଦେଇନପାରିଲେ ବିଜେପି ସର୍ବସାଧାରଣରେ କ୍ଷମାମାଗୁ ବୋଲି ଆରଜେଡି କହିଛି । ତେଜସ୍ୱୀ ଖାଲି କରିଥିବା ଏହି ସରକାରୀ ବଙ୍ଗଳାରୁ ସୋଫା ଆଦି ଫର୍ଣ୍ଣିଚର ସାଙ୍ଗକୁ, ପାଣି ଟ୍ୟାପ୍‌, ୱାଶ୍ ବେସିନ୍‌, ଲାଇଟ୍ ଏବଂ ୨୦ରୁ ଅଧିକ ଏସିକୁ କାଢ଼ି ନିଆଯାଇଛି । ଏଠାରେ ଥିବା ୨ଟି ହାଇଡ୍ରୋଲିକ୍ ବେଡ୍ ମଧ୍ୟ ଗାଏବ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking