33.1 C
Bhubaneswar
Thursday, October 17, 2024
Homeଦେଶ ବିଦେଶଲେବାନନ୍‌ରେ ଆହୁରି ପ୍ରଚଣ୍ଡ ହେବ ଯୁଦ୍ଧ

ଲେବାନନ୍‌ରେ ଆହୁରି ପ୍ରଚଣ୍ଡ ହେବ ଯୁଦ୍ଧ

ନୂଆଦିଲ୍ଲୀ: ଦକ୍ଷିଣ ଲେବାନନ୍‌ରେ ୧୩୦ ସହର ଓ ଗାଁରୁ ହିଜବୁଲ୍ଲା ଆତଙ୍କୀଙ୍କୁ ପଳାୟନ କରିବାକୁ ବାଧ୍ୟ କରିଛି ଇସ୍ରାଏଲ । ଅର୍ଥାତ ଏହି ସବୁ ସ୍ଥାନରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ୍ ଚାଲିଛି । ଏହା ଭିତରେ ଉତ୍ତର ସୀମାରେ ହୋଇଥିବା ମୋର୍ଟାର ମାଡରେ ଦୁଇ ଇସ୍ରାଏଲୀ ରିଜର୍ଭ ସେ?ନିକଙ୍କ ମୃତ୍ୟୁ ହୋଇଛି । ଏହାପରେ ଇସ୍ରାଏଲ ଏବେ ଲେବାନନ୍କୁ ଆହୁରି ସୈନିକ ପଠାଇବାର ପ୍ରସ୍ତୁତି କରୁଛି । ଏହାର ଅର୍ଥ ଖୁବ୍ ଶୀଘ୍ର ଲେବାନନ୍‌ରେ ହିଜବୁଲ୍ଲା ବିରୋଦରେ ପ୍ରଚଣ୍ଡ ଯୁଦ୍ଧ ହେବ । ଇସ୍ରାଏଲର ମିଲିଟାରୀ ଓ ସୈନିକଙ୍କୁ ଲେବାନନ୍ ଭିତରେ ଗ୍ରାଉଣ୍ଡ ଅପରେସନ୍ ପାଇଁ ଓହ୍ଲାଯାଇଛି । ଅର୍ଥାତ ହିଜବୁଲା ଆତଙ୍କୀଙ୍କୁ ସଫା କରିବା ପାଇଁ ଲେବାନନ୍‌ରେ ଗୁଳିକାଣ୍ଡ ହେବ ।

ହିଜବୁଲା ମଧ୍ୟ ଏହା ଭିତରେ ଲଗାତାର ଉତ୍ତର ଇସ୍ରାଏଲ ଆଡକୁ ରକେଟ୍ ମାଡ଼ କରୁଛି । ଇସ୍ରାଏଲ ସେନା ସ୍ପଷ୍ଟ କରିଛି ଯଦି ଦରକାର ପଡେ ତେବେ ଆମେ ସୈନିକଙ୍କ ସଂଖ୍ୟା ଓ ମିଲିଟାରୀ ଅପରେସନ୍ର ତୀବ୍ରତାକୁ ବଢାଇ ଦେବେ । ଏହି କାମ ଆଗାମୀ କିଛି ସପ୍ତାହରେ ହୋଇଯିବ । ଅଭାଲି ନଦୀ ନିକଟରେ ଥିବା ଅନେକ ଗାଁରେ ଥିବା ଲୋକମାନେ ନିଜ ଘର ଖାଲି କରି ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି । ୬ ଅକ୍ଟୋବର ୨୦୨୪ ରାତିରେ ଲେବାନନ୍‌ରେ ତୃତୀୟ ଇସ୍ରାଏଲି ଡିଭିଜନ୍ ମଧ୍ୟ ପଶି ସାରିଛି । ଦୁଇଟି ଡିଭିଜନ୍ ପୂର୍ବରୁ ମଧ୍ୟ ଥିଲା । ହଜାର ହଜାର ଇସ୍ରାଏଲୀ ସୈନିକ ଲେବାନନ୍‌ରେ ଗ୍ରାଉଣ୍ଡ ଅପରେସନରେ ଲାଗିଛନ୍ତି । ବର୍ତ୍ତମାନ ପ୍ରାୟ ୧୦ ହଜାର ଇସ୍ରାଏଲୀ ସୈନିକ ଲେବାନନ୍‌ର ଭିତରେ ଥିବା ଗ୍ରାଉଣ୍ଡ କ୍ଲିୟରାନ୍ସରେ ଲାଗି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking