26.9 C
Bhubaneswar
Monday, October 7, 2024
Homeଓଡିଶାଅଁଳା ରସ ପିଅନ୍ତୁ , ସୁସ୍ଥ ରୁହନ୍ତୁ

ଅଁଳା ରସ ପିଅନ୍ତୁ , ସୁସ୍ଥ ରୁହନ୍ତୁ

ଭୁବନେଶ୍ୱର  : ଫଳ ରସ ପିଇବା ଦେହ ପାଇଁ ଭଲ ହୋଇଥାଏ ।  ଏଥିରେ ଭିଟାମିନ, ମିନେରାଲସ ଏବଂ ହାଇଡ୍ରେସନ ଏକାସହିତ ମିଳିଥାଏ । ଏହା ଶରୀରକୁ ଶକ୍ତି ଦେଇଥାଏ ।  ହେଲେ ଆପଣ  କଣ ଜାଣିଛନ୍ତି କି ଆମ ଦୈନନ୍ଦିନ ଜୀବନରେ କେଉଁ ଫଳ ରସ ଦେହପାଇଁ  ହିତକାର ହୋଇଥାଏ ?  ଅଁଳା ରସ  ପ୍ରତ୍ୟକ  ଦିନ ପିଇବା ଉଚିତ। ଖାଲି ପେଟରେ ସକାଳେ ଏବଂ ସନ୍ଧ୍ୟାରେ ଅଁଳା ରସ ପିଇବା ଉଚିତ । କିନ୍ତୁ ରାତିରେ ପିଇବେ ନାହିଁ । କାରଣ ଥଣ୍ଡା ହେବା ସହିତ ଗଳା ଖରାପ ହେବାର ସମ୍ଭାବନା ରହିଥାଏ ।
କହିବାକୁ ଗଲେ ଅଧିକାଂଶ ଲୋକ ଜାଣନ୍ତି  ଯେ ଅଁଳାରେ ଭିଟାମିନ ଭରପୁର ମାତ୍ରାରେ ଥାଏ । କିନ୍ତୁ ଲୋକମାନେ ଜାଣନ୍ତି ନାହିଁ ଯେ ଅଁଳାରେ କ୍ୟାଲସିୟମ  ଥିବା ଯୋଗୁଁ  ଏହା ଶରୀର ପାଇଁ ବେଶ ଉପଯୋଗୀ ହୋଇଥାଏ । ବିଜ୍ଞାନ ଅନୁସାରେ ଅଁଳା ରସ  ଅଷ୍‌ଟିପୋରୋସିସ ବିରୁଦ୍ଧରେ ପ୍ରଭାବଶାଳୀ  ପକାଏ ବୋଲି ଜଣାପଡିଛି । ଏହି ରୋଗରେ ହାଡ ମଜଭୁତ ହୋଇନଥାଏ। ହାଡର ଶକ୍ତି ନଷ୍ଟ ହୋଇଯାଏ । ଶେଷରେ ହାଡ ଭାଙ୍ଗିବାର ମଧ୍ୟ ଆଶଙ୍କା ରହିଥାଏ । ଅଁଳା ରସ ପିଇବା ଦ୍ୱାରା ଆପଣଙ୍କ ତ୍ୱଚା ଚମକିବ । ବୟସ ବଢିବା ସହିତ ମୁହଁରେ ଉଜ୍ୱଳତା ଦେଖାଯିବ । ଅଁଳାରେ ଭିଟାମିନ ସି ରହିଛି । ଯାହାକି କୋଲେଜନର ଉତ୍ପାଦନକୁ ବଢାଇଥାଏ ।
ଅଁଳା ରସ ହୃଦରୋଗରୁ ରୋକିବାରେ  ସାହାର୍ଯ୍ୟ କରେ । କେତୋଟି ଅଧ୍ୟୟନରୁ ବିଶ୍ୱାସ କରାଯାଏ ଯେ ଏହାର ବ୍ୟବହାର ଅଥେରୋଜେନିକ ଇଣ୍ଡେକ୍ସକୁ  ହ୍ରାସ କରିଥାଏ । କୋଲେଷ୍ଟ୍ରୋଲ  ଜମା ହୋଇନଥିବାରୁ  ସ୍ନାୟୁଗୁଡିକ  ସୁସ୍ଥ ରହିଥାଏ । ଏବଂ  ସ୍ୱାସ୍ଥ୍ୟ  ମଧ୍ୟ ଠିକ ରହିଥାଏ ।
ଅଁଳା ରସରେ ଥିବା  ଭିଟାମିନ ସି ଆଣ୍ଟି ଅକ୍‌ସିଡାଣ୍ଟ ଭାବରେ କାମ କରେ । ଏହା ରେଡିକାଲରୁ ବଞ୍ଚାଇଥାଏ । ଆଣ୍ଟି ଇନଫ୍ଲାମେଟୋରୀ ଏବଂ  ଆଣ୍ଟି ମାଇକ୍ରୋବାୟଲକୁ ବୃଦ୍ଧି କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking