29.8 C
Bhubaneswar
Monday, October 7, 2024
Homeଓଡିଶାଥକ୍କାପଣ ଦୂର କରିବାକୁ ଚାହୁଁ ଥିଲେ ଆପଣାନ୍ତୁ ଏହି ଉପାୟ...

ଥକ୍କାପଣ ଦୂର କରିବାକୁ ଚାହୁଁ ଥିଲେ ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ୱର :ଆୟରନ ର ମାତ୍ରା ବଢାଇବା ପାଇଁ  ନିଜ ଖାଇବା ଖାଦ୍ୟ ରେ ସବୁଜ ପନିପରିବାକୁ ଯୋଗ କରନ୍ତୁ । କାରଣ ଏଥିରେ ଆୟରନ ଛଡା ଫାଇବର ମଧ୍ୟ ରହିଥାଏ । ଆଜିକାଲି କମ ବୟସରେ ଶରୀରରେ  ଦୁର୍ବଳତା ଅନୁଭବ କରିବା ସହିତ ହାଡ ମଧ୍ୟ ଦୁର୍ବଳ  ହୋଇଯାଏ । କେଉଁ ସୟରେ ଏହି ସମସ୍ୟା ଏତେ ଅଧିକ ବଢିଯାଏ ଯେ ଲୋକମାନେ ଅସ୍ତ ବ୍ୟସ୍ତ  ହୋଇଯଆନ୍ତି । କଣ ଅ।ପଣ କେବେ ଭାବିଛନ୍ତି ଏହା କାହିଁକି ହୁଏ ?

ଏହା  ସାଧାରଣତଃ  ଶରୀରର ପୋଷକତତ୍ତ୍ୱ କମ କାରଣରୁ ଏହା ହୋଇଥାଏ । ଏଥିପାଇଁ ଆପଣଙ୍କୁ  ହେଲଦୀ  ଡାଏଟ ସହିତ ଏକ୍ଟିଭ ଲାଇଫଷ୍ଟାଇଲର ଖାଦ୍ୟ ଆବଶ୍ୟକ  ହୋଇଥାଏ । ସୁସ୍ଥ ରହିବାପାଇଁ ଦୈନିକ ବ୍ୟାୟାମ, ଚାପ ଏବଂ ଉଦାସୀନତା ଠାରୁ ଦୂରରେ ରହିବା ଏବଂ ଶରୀରକୁ ହାଇଡ୍ରେଟ ରଖିବା ଦ୍ୱାରା  ଆପଣ ନିଜ ଶରୀରରେ ଦୁର୍ବଳତାକୁ ଏଡାଇ ପାରିବେ । ଏହା  ବ୍ୟତୀତ ଏଠାରେ ଆମେ ଆପଣଙ୍କୁ ଏପରି ତିନୋଟି ଜିନିଷ କହିବୁ ଯାହା ଶରୀରକୁ ସୁସ୍ଥ ରଖିବା ଏବଂ ଶକ୍ତି ଦେବାରେ ବହୁତ  ସାହାର୍ଯ୍ୟ କରିଥାଏ ।

ଭିଟାମିନ ସି ଯୁକ୍ତ ଖାଦ୍ୟ ରୋଗ ପ୍ରତିରୋଧ ଶକ୍ତିକୁ ବଢାଇଥାଏ :

ଶରୀରକୁ ସୁସ୍ଥ ରଖିବାକୁ ହେଲେ ଭଲ ଖାଦ୍ୟ ଖାଇବାକୁ ପଡିବ । ରୋଗରୁ ଦୂରେଇ ରହିବା ପାଇଁ  ଏକ ଶକ୍ତିଶାଳୀ  ଖାଦ୍ୟ   ପ୍ରଣାଳୀ  ଆବଶ୍ୟକ । ଭିଟାମିନ ସିରେ ଭରପୁର ମାତ୍ରାରେ ସାଇଟ୍ରିକ ଏସିଡ ରହିଥାଏ । ରୋଗ ପ୍ରତିରୋଧ ଶକ୍ତିକୁ ବଢାଇବା ପାଇଁ  ଅଧିକ ସାଇଟ୍ରସ ଫଳ ଖାଇବା ଉଚିତ । ଭିଟାମିନ ସି ହେଉଛି ଆଣ୍ଟିଅକ୍ସିଡାଣ୍ଟ  ଯାହା କୋଷଗୁଡିକୁ ମୁକ୍ତ ମେଡିକାଲରୁ ରକ୍ଷା କରିଥାଏ । ରେଡିକାଲ ଶରୀରରେ ଅନେକ ସମସ୍ୟା  ସୃଷ୍ଟି କରିଥାଏ । ଏଭଳି ପରିସ୍ଥିତିରେ ଭିଟାମିନ ସି ଯୁକ୍ତ ଫଳ ଖାଇବା ଦ୍ୱାରା  ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢାଇଥାଏ । ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ଦିନ ସାରା ଥକ୍କାପଣକୁ ଦୂର କରିବା ପାଇଁ ହେଲେ  ଆପଣଙ୍କୁ ପ୍ରତିଦିନ ଏକ ଗ୍ଲାସ କମଳା ରସ  ପିଇବା ଉଚିତ ।

ସବୁଜ ପନିପରିବା :

ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ହେଲେ ସବୁଜ ପନିପରିବା ଖାଇବା ନିତାନ୍ତ  ଆବଶ୍ୟକ । ସେଗୁଡିକରେ ଅଧିକ ପରିମାଣରେ  ଭିଟାମିନ ସି ଏବଂ କେ ରହିବା ସହିତ ବିଟା କାରୋଟିନ ଫାଲେଟ ଏବଂ ଫାଇବର ଥାଏ ।  ତେଣୁ ଆପଣ ଏହି ସବୁଜ ପନିପରିବାକୁ ଗ୍ରାଇଣ୍ଡିଂ କରି କିମ୍ବା ସାଲାଡ ଆକାରରେ ମଧ୍ୟ ଖାଇପାରିବେ ।

ପ୍ରୋଟିନ ଜାତୀୟ  ଖାଦ୍ୟ :

ସେହିପରି  ଦୁର୍ବଳତା ଅନୁଭବ ନ କରିବା ପାଇଁ  ପ୍ରୋଟିନ ଯୁକ୍ତ ଖାଦ୍ୟ  ଖାଇପାରିବେ । ଯେପରିକି ଅଣ୍ଡା, ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରୋଟିନ ଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ଏହା  ବ୍ୟତୀତ  ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ।  ପ୍ରୋଟିନ ଯୁକ୍ତ  ମାସଂପେଶୀ ଏବଂ ଶରୀରର ଟିସୁ ବିକାଶ କରିବାରେ ସାହାର୍ଯ୍ୟ କରେ। ଅଣ୍ଡା  ଶରୀରକୁ ସଙ୍ଗେ ସଙ୍ଗେ ଶକ୍ତି ଯୋଗାଇଥାଏ । ଅଣ୍ଡାରେ ଆମିନୋ ଏସିଡ ରହିଥାଏ । ସେଥିପାଇଁ ଥକ୍କାପଣ ଅନୁଭବ କରିଲେ ଅଣ୍ଡା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।  ଯଦି ଆପଣ ଶାକାହାରୀ ତେବେ ସୋୟାବିନ ଖାଇ ଶରୀରର ରୋଗ ପ୍ରତିରୋଧକ ଶକ୍ତି  ବଢାଇପାରିବେ  ଏବଂ  ଭରପୁର ମାତ୍ରାରେ ଶରୀରକୁ ପୋଷକ ଯୋଗାଇବା  ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking