30.1 C
Bhubaneswar
Thursday, February 12, 2026
Homeଓଡିଶାନଦୀକୁ ଡେଇଁ ପଡ଼ିଲେ ଯୁବତୀ

ନଦୀକୁ ଡେଇଁ ପଡ଼ିଲେ ଯୁବତୀ

ସୋନପୁର : ସୋନପୁର ଜିଲ୍ଲା ତେଲ ନଦୀ ସେତୁ ଉପରେ ଘଟିଛି ଅଭାବନୀୟ ଘଟଣା। ଆଜି ସକାଳେ ତେଲ ନଦୀକୁ ଡେଇଁ ପଡ଼ିଲେ ଯୁବତୀ। ଯୁବତୀଙ୍କୁ ତୁରନ୍ତ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଗୁରୁତର ଥିବା ଯୁବତୀଜଣକଙ୍କ ନାଁ ପ୍ରମୋଦିନୀ ବାଦୀ । ସେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ସଦେଇପୁର ଗାଁର ବୋଲି ଜଣାପଡିଛି । ଆଜି ସକାଳେ ପ୍ରମୋଦିନୀ ତେଲ ନଦୀରୁ ହଠାତ୍‌ ଡେଇଁ ପଡ଼ିଥିଲେ। ନଦୀରେ ମାଛ ମାରୁଥିବା କିଛି ମତ୍ସ୍ୟଜୀବୀ ଏହି ଘଟଣା ଦେଖିବା ପରେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହ ପାଣିରୁ ଯୁବତୀଙ୍କୁ ଉଦ୍ଧାର କରି ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ତେବେ ନଦୀରେ ପାଣି କମ ଥିବାରୁ ଯୁବତୀଙ୍କୁ ଶୀଘ୍ର ଉଦ୍ଧାର କରିବା ସମ୍ଭବ ହୋଇ ପାରିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଯୁବତୀଜଣକ ବେହୋସ୍‌ ଥିବା ବେଳେ ଚେତା ଫେରି ନ ଥିବା ଜଣାଯାଇଛି। ଏନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିବା ବେଳେ ସେମାନେ ପହଞ୍ଚି ନ ଥିବା ଜଣାଯାଇଛି। ତେବେ ଯୁବତୀଜଣକ କ’ଣ ପାଇଁ ଏପରି ଚରମ ପଦକ୍ଷେପ ଉଠାଇଲେ ତାହା ସ୍ପଷ୍ଟ ହୋଇପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking