19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶ୧୬ ବୁଲା କୁକୁରଙ୍କୁ ହତ୍ୟା ଅଭିଯୋଗରେ ବିଏସ୍‌ପି ନେତା ଗିରଫ

୧୬ ବୁଲା କୁକୁରଙ୍କୁ ହତ୍ୟା ଅଭିଯୋଗରେ ବିଏସ୍‌ପି ନେତା ଗିରଫ

ଚେନ୍ନାଇ: ପ୍ରାୟ ୧୬ ବୁଲା କୁକୁରଙ୍କୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗରେ ଜଣେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ନେତାଙ୍କୁ ପୁଲିସ୍ ଗିରଫ କରିଛି। ରିପୋର୍ଟ ଅନୁସାରେ ଗିରଫ ନେତାଜଣକ ହେଉଛନ୍ତି ୪୩ ବର୍ଷୀୟ ଭେଟ୍ରି ବନ୍ଧନ୍‌। ସେ ବିଏସ୍‌ପିର ଜଣେ ଜିଲ୍ଲାସ୍ତରୀୟ ରାଜନେତା ଭାବେ ପରିଚିତ। ତେବେ ସେ ନିଜ ଘରେ ପାଳିଥିବା ବତକ ଏବଂ ପାରାଙ୍କୁ ବୁଲା କୁକୁରମାନେ ବାରମ୍ବାର ମାରିଦେଉଥିବାରୁ ଏଥିରେ ବ୍ୟତିସ୍ପୃହ ହୋଇପଡିଥିଲେ ଭେଟ୍ରି। ଫଳରେ ସେ ନିଜ ଅଞ୍ଚଳର ସମସ୍ତ ବୁଲା କୁକୁରଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଖାଦ୍ୟରେ ବିଷ ମିଶାଇ ସେ ଏହି କୁକୁରମାନଙ୍କୁ ଖାଇବାକୁ ଦେଇଥିଲେ ଯେଉଁ କାରଣ ପାଇଁ ୧୬ଟି କୁକୁର ମରିଯାଇଥିଲେ। ଏହାକୁ ନେଇ କାର୍ତ୍ତିକେୟନ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ଥାନାରେ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ତିରୁଭଲ୍ଲୁର ପୁଲିସ ଏବଂ ଡିଏସପିଙ୍କ ଏକ ଟିମ୍ ଘଟଣାର ତଦନ୍ତ କରିଥିଲେ। ପୁଲିସ ଏକାଧିକ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରିବା ସମୟରେ ବୁଲା କୁକୁରଗୁଡ଼ିକ ଭେଟ୍ରିଙ୍କ ଘର ପାଖରୁ ଖାଇ ଆସିବା ପରେ ମରୁଥିବାର ଦେଖିବାକୁ ମିଳିଥିଲା। ଜେରା ସମୟରେ ଭେଟ୍ରି ମଧ୍ୟ କୁକୁରଙ୍କୁ ବିଷ ଦେଇଥିବା ସ୍ୱୀକାର କରିଛନ୍ତି। କୁକୁରମାନେ ବାରମ୍ବାର ତାଙ୍କ ପାରା ଏବଂ କୁକୁଡ଼ାମାନଙ୍କୁ ଆକ୍ରମଣ କରିବାରୁ ସେମାନଙ୍କୁ ବିଷ ଦେଇଥିବା ସ୍ୱୀକାର କରିଥିଲେ। ଅଭିଯୁକ୍ତ ଭେଟ୍ରି ବନ୍ଧନଙ୍କୁ ଗିରଫ କରାଯାଇ କୋର୍ଟ ନିଆଯିବା ପରେ ଏବେ ହାଜତ୍‌କୁ ପଠାଇ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking