30.1 C
Bhubaneswar
Saturday, October 5, 2024
Homeଓଡିଶା୬ରୁ ହବିଷ୍ୟାଳୀ ଆବେଦନ

୬ରୁ ହବିଷ୍ୟାଳୀ ଆବେଦନ

ପୁରୀ : ହବିଷ୍ୟାଳୀ ଯୋଜନାରେ ଆସନ୍ତା ୬ ତାରିଖରୁ ଆବେଦନ ହେବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।  କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆସନ୍ତା ୬ ତାରିଖରୁ ଆବେଦନ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୫୦୦ ହବିଷ୍ୟାଳୀଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପ୍ରକାଶଯୋଗ୍ୟ ଯେ,   କାର୍ତ୍ତିକ ମାସରେ ହବିଷ୍ୟାଳିମାନଙ୍କର ବ୍ରତ ପାଳନ ନିମନ୍ତେ ଓଡ଼ିଶା ସରକାରଙ୍କ ତରଫରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ କରାଯାଇଛି। ଧନରାଶି ଅନୁମୋଦନ ହେବା ସହିତ ହବିଷ୍ୟାଳି ମା’ ମାନଙ୍କୁ କାର୍ତ୍ତିକ ମାସ ବ୍ରତ ପାଳନ ନିମନ୍ତେ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ କରାଯିବ । ଚଳିତବର୍ଷ ଅକ୍ଟୋବର ମାସ ୧୮ ତାରିଖରୁ କାର୍ତ୍ତିକ ମାସ ବ୍ରତ ଆରମ୍ଭ ହେବ। ଏହି ସମୟରେ ପୁରୀରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ତରଫରୁ ବିଶେଷ ଭାବରେ ହବିଷ୍ୟାଳି ମା’ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଗାଡ଼ି ବ୍ୟବସ୍ଥା ଓ ସ୍ବେଚ୍ଛାସେବୀ ମୁତୟନ କରିବା, ଶୃଙ୍ଖଳା ରକ୍ଷା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ ଆଦିକୁ ଅଗ୍ରାଧିକାର ଭିତ୍ତିରେ ସୁନିଶ୍ଚିତ କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking