30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶମଧ୍ୟପ୍ରାଚ୍ୟରେ ସ୍ଥିତିକୁ ନେଇ ମୋଦି ଡାକିଲେ ଜରୁରୀ ବୈଠକ

ମଧ୍ୟପ୍ରାଚ୍ୟରେ ସ୍ଥିତିକୁ ନେଇ ମୋଦି ଡାକିଲେ ଜରୁରୀ ବୈଠକ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଥିଲେ । ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟର ସ୍ଥିତିକୁ ଗଭୀର ଚିନ୍ତାଜନକ ବୋଲି ଏହି ବୈଠକରେ ଦର୍ଶାଯାଇଛି । ଏଥିସହ ଏହି ସଂକଟ ଆହୁରି ବ୍ୟାପକ ହେଲେ, ବାଣିଜ୍ୟ, ତୈଳ, ପେଟ୍ରୋଲିୟମ ଉତ୍ପାଦ ସପ୍ଲାଏ ଚେନ୍ ଓ ଜାହାଜ ଚଳାଚଳ ଆଦି କ୍ଷେତ୍ରରେ ଭାରତକୁ କିଭଳି ଚାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ, ସେସଂପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏଥିସହ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗରେ ବି ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି । ଇରାନର ମିଜାଇଲ୍ ମାଡ଼ ପରେ ପ୍ରତିଶୋଧ ନିଆଁରେ ଜଳୁଥିବା ଇସ୍ରାଏଲ, ଲେବାନନ ରାଜଧାନୀ ବେରୁଟର ୭ଟି ସ୍ଥାନରେ କରିଛି ଜୋରଦାର୍ ହମଲା। ତୁହାକୁ ତୁହା ଏୟାର ଷ୍ଟ୍ରାଇକ ସହ କରାଯାଇଛି ରକେଟ୍ ମାଡ଼। ଆଗକୁ ଇରାନ ଉପରେ ବଡ ଧରଣର ଆକ୍ରମଣ ପାଇଁ ଚାଲିଛି ଯୋଜନା।ମଧ୍ୟପ୍ରାଚ୍ୟରେ ଗମ୍ଭୀର ହେଉଛି ଯୁଦ୍ଧ ସ୍ଥିତି। ସୁଧୁରିବା ବଦଳରେ ଜଟିଳ ରୂପ ନେଲାଣି ଦୁଇ ମହାଶକ୍ତିଙ୍କ ମଧ୍ୟରେ ଫେସ୍ ଟୁ ଫେସ୍ ୱାର୍। ଇରାନର ଆକ୍ରମଣ ପରେ ଚିହିଁକି ଉଠିଥିବା ଇସ୍ରାଏଲ, ବଡ଼ ଧରଣର ଆଟାକ୍ ପାଇଁ ପ୍ରସ୍ତୁତ କରୁଛି ରଣନୀତି। ଯୁଦ୍ଧର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଲାଣି। ଭାରତରେ ବି ତୈଳ, ସୁନା, ଷ୍ଟକ୍ ମାର୍କେଟ ସହ ଅର୍ଥନୀତି ପ୍ରଭାବିତ ହେଲାଣି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking