18.1 C
Bhubaneswar
Thursday, February 12, 2026
Homeଓଡିଶାମିଳିଲା ହାଇକୋର୍ଟଙ୍କ ଅନୁମତି : ବାଜିବ ଡିଜେ

ମିଳିଲା ହାଇକୋର୍ଟଙ୍କ ଅନୁମତି : ବାଜିବ ଡିଜେ

କଟକ : ପାର୍ବଣ ଋତୁରେ କଟକ ମହାନଗରରେ ଡିଜେ ବାଜିବ। କିନ୍ତୁ ଧୀରେ ବାଜିବ। ଅର୍ଥାତ ୬୫ ଡେସିବଲଠାରୁ ଅଧିକ ଜୋରରେ ଡିଜେ ବାଜି ପାରିବ ନାହିଁ। ଏଥିସହ କଟକ ରାସ୍ତାଘାଟ ମରାମତି ନେଇ ଅସନ୍ତୋଷ ଝାଡ଼ିଛନ୍ତି ଓଡିଶା ହାଇକୋର୍ଟ। ଦଶହରା ପୂର୍ବରୁ ବନ୍ଦ ଓ ଅଚଳ ହୋଇ ପଡିଥିବା ସମସ୍ତ ଷ୍ଟ୍ରିଟ୍‌ ଲାଇଟ ମରାମତି କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଟକ ସହରର ବିପର୍ୟ୍ୟସ୍ତ ରାସ୍ତାଘାଟର ମରାମତି ପ୍ରସଙ୍ଗରେ କଟକ ମହାନଗର ନିଗମ(ସିଏମସି) ଉପରେ ବର୍ଷିଛନ୍ତି ଓଡିଶା ହାଇକୋର୍ଟ। ଭୁଲ ରିପୋର୍ଟ ଦେଲେ ଅଦାଲତ ଅବମାନନା ମାମଲାର ସାମ୍ନା କରିବାକୁ ପଡିବ ବୋଲି କୋର୍ଟ ସିଏମସି କର୍ତ୍ତୃପକ୍ଷଙ୍କୁ ଚେତାବନୀ ଶୁଣାଇଛନ୍ତି। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଏକାଧିକ ୱାର୍ଡରେ ରାସ୍ତାଘାଟର ମରାମତି କାମ ଶେଷ ହୋଇନାହିଁ। ଆସନ୍ତା ଏକ ସପ୍ତାହ ମଧ୍ୟରେ ସଠିକ ଭାବରେ ସମସ୍ତ ରାସ୍ତାଘାଟର ମରାମତି କାମ ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking