21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶପାଞ୍ଚଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ଭାଷା ମାନ୍ୟତା

ପାଞ୍ଚଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ଭାଷା ମାନ୍ୟତା

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମ‌େ ଗୁରୁବାର ପାଞ୍ଚଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଛନ୍ତି। ମରାଠୀ, ବଙ୍ଗାଳୀ, ପାଲି, ପ୍ରାକୃତ ଏବଂ ଆସାମୀ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିବାକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ଏହି କ୍ୟାବିନେଟ୍ ନିଷ୍ପତ୍ତି ଦ୍ବାରା ଏବେ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଭାଷାଗୁଡ଼ିକର ସଂଖ୍ୟା ଛଅରୁ ୧୧କୁ ବୃଦ୍ଧି ପାଇବ। ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଭାରତୀୟ ଭାଷା ଉପରେ ଧ୍ୟାନ ଦେଇଛନ୍ତି। ଆଜି ୫ ଟି ଭାଷା ମରାଠୀ, ପାଲି, ପ୍ରାକୃତ, ଆସାମ ଏବଂ ବଙ୍ଗାଳୀକୁ ଶାସ୍ତ୍ରୀୟ ଭାଷା ଭାବରେ ଅନୁମୋଦନ କରାଯାଇଛି। ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା।୨୦୦୪ରେ ତାମିଲକୁ ଏହି ମାନ୍ୟତା ଦିଆଯାଇଥିଲା। ୨୦୧୪ରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking