33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶନିଆଁ ଆଁ ରେ ଜଳିଗଲେ ୩ ଛାତ୍ର

ନିଆଁ ଆଁ ରେ ଜଳିଗଲେ ୩ ଛାତ୍ର

ରାଜସ୍ଥାନ : ରାତିରେ ମଶା ତଡିବା ପାଇଁ ଶୁଖିଲା ନିମ ପତ୍ର ଜାଳିଥିଲେ ଛାତ୍ର । ହେଲେ ସେହି ନିଆଁ ରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ । ରାଜସ୍ଥାନର ବୁନ୍ଦୀ ଜିଲ୍ଲାରେ ଅଭାବନୀୟ ଘଟଣା । ଖବର ମୁତାବକ, ରାଜସ୍ଥାନ ବୁନ୍ଦୀ ଜିଲ୍ଲାର ତଲାବାସ ଗାଁ ଥିବା ଏକ ଗୁରୁକୁଳରେ ପିଲାମାନେ ମଶା ଘଉଡାଇବା ପାଇଁ ଶୁଖିଲା ନିମ ପତ୍ର ଜଳାଇଥିଲେ । ରାତିରେ ନିମ ପତ୍ରରୁ ନିଆଁ ସେଠାରେ ପଡିଥିବା ଗଦିରେ ଲାଗିଯାଇଥିଲା । ରୁମରେ ୧୦ ଜଣ ପିଲା ଶୋଇଥିବା ବେଳେ ଗଦିରେ ନିଆଁ ଲାଗିଥିଲା ।

ଫଳରେ ୩ ଜଣ ନାବାଳକ ଏଥିରେ ପୋଡି ଯାଇଥିଲେ । ପିଲାଙ୍କ ଚିତ୍କାର ଶୁଣି ଶିକ୍ଷକ ପହଞ୍ଚିବା ବେଳକୁ ସେମାନେ ପୋଡିଯାଇଥିଲେ । ୩ ଜଣ ପିଲା ୬୦ ପ୍ରତିଶତରୁ ଅଧିକ ପୋଡି ଯାଇଥିଲେ । ସେମାନଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇ ତାଙ୍କ ଚିକିତ୍ସା ଚାଲିଛି । ଗୁରୁକୁଳରେ ଶାସ୍ତ୍ର ଏବଂ ବେଦ ପଢାଯାଉଥିଲା । ଗୁରୁକୁଳର ଶିକ୍ଷକ ସୁରେଶ ଶର୍ମା କହିଛନ୍ତି କି, ସେ ବୁଧବାର ରାତି ୧୦.୩୦ ପର୍ଯ୍ୟନ୍ତ ୧୪ ପିଲାଙ୍କୁ ପାଠ ପଢାଇଥିଲେ । ଏହାପରେ ୧୦ ଜଣ ପିଲା ବଡ ହଲରେ ଫ୍ୟାନ୍ସ ଏବଂ କୁଲର ଲଗାଇ ଶୋଇଥିଲେ । ଆଉ ଅନ୍ୟ ୪ ଜଣ ପିଲା ବାହାରେ ଶୋଇଥିଲେ । ସେମାନେ ହିଁ ନିଆଁ ଲାଗିବା ବିଷୟରେ ଜାଣି ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking