30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶପୁଣି ବିବାଦରେ ଫସିଲେ କଙ୍ଗନା ରଣାୱତ

ପୁଣି ବିବାଦରେ ଫସିଲେ କଙ୍ଗନା ରଣାୱତ

ମୁମ୍ବାଇ: ପୁଣି ବିବାଦ ଘେରରେ ପଡିଛନ୍ତି କଙ୍ଗନା ରଣାୱତ । ନିକଟରେ ଗାନ୍ଧୀ ଜୟନ୍ତୀରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କୁ ଅଶାଳୀନ ମନ୍ତବ୍ୟ ଦେଇ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ବିବାଦ ମଧ୍ୟରେ ଛନ୍ଦି ହୋଇ ପଡିଛନ୍ତି ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶ ମଣ୍ଡିର ସାଂସଦ କଙ୍ଗନା ରଣାୱତ । ମହାତ୍ମା ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଉପରେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଛନ୍ତି । ଯାହା ଫଳରେ ଏହି ପୋଷ୍ଟକୁ ନେଇ ବିବାଦ ଦେଖାଯାଇଛି । ଏହା ପୂର୍ବରୁ କଙ୍ଗନା କୃଷକ ଆନ୍ଦୋଳନ ପାଇଁ ସମାଲୋଚନା ହୋଇଥିଲେ । ଦେଶର ପିତା ନାହାନ୍ତି ଦେଶର ଲାଲ୍ ଅଛନ୍ତି । ଧନ୍ୟ ହେଉନ୍ତୁ ଭାରତ ମାତାଙ୍କ ଲାଲ୍ ବୋଲି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଗାନ୍ଧୀଙ୍କ ବିଚାରକୁ ଆଗକୁ ନେବା ପାଇଁ ଗାନ୍ଧୀଙ୍କ ସ୍ୱଚ୍ଛତାକୁ ବଜାଇ ରଖିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି ।

ଏହି ପ୍ରସଙ୍ଗରେ ସୁପ୍ରିୟା ସୁନେଟ୍ କଙ୍ଗନାଙ୍କୁ ଘେରିଛନ୍ତି । ସେ କହିଛନ୍ତି କି ଗାନ୍ଧୀ ଜୟନ୍ତୀରେ ଭାଜପା ସାଂସଦ କଙ୍ଗନା ଏହି ଲଜ୍ଜ୍ୟା ଜନକ କଥା କହିଛନ୍ତି । ଗଡସେର ଉପାସକମାନେ ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ମଧ୍ୟରେ ପାର୍ଥକ୍ୟ ଦେଖନ୍ତି । ନରେନ୍ଦ୍ର ମୋଦୀ ତାଙ୍କ ଦଳର ନୂଆଁ ଭଗବାନ ଗଡସେଙ୍କ ଭକ୍ତଙ୍କୁ କ୍ଷମା କରିବେ କି ? ପଞ୍ଜାବର ବରିଷ୍ଠ ଭାଜପା ନେତା ମୋନ ରଞ୍ଜନ କାଳିଆ ମଧ୍ୟ କଙ୍ଗନାଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ସମାଲୋଚନା କରିଛନ୍ତି । ତାଙ୍କର କ୍ଷୁଦ୍ର ରାଜନୀତିକ କ୍ୟାରିୟର ରେ ସେ ବିବାଦୀୟ ବିବୃତି କରିବାର ଅଭ୍ୟାସ ପଡିଗଲାଣି । ରାଜନୀତି ତାଙ୍କର କ୍ଷେତ୍ର ନୁହେଁ । ରାଜନୀତି ଏକ ଗମ୍ଭୀର ମାମଲା ଅଟେ । କହିବା ପୂର୍ବରୁ ଭାବିବା ଉଚିତ୍ । ତାଙ୍କର ବିବାଦୀୟ ଟିପ୍ପଣୀ ପାର୍ଟି ପାଇଁ ଅସୁବିଧାର କାରଣ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking