33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶସେପ୍ଟେମ୍ବରରେ ୧.୭୩ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

ସେପ୍ଟେମ୍ବରରେ ୧.୭୩ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ : ଚଳିତବର୍ଷ ସେପ୍ଟେମ୍ବରରେ ଦେଶରେ ମୋଟ ୧.୭୩ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଆଦାୟ ହୋଇଛି । ଏହା ୨୦୨୩ ସେପ୍ଟେମ୍ବର ତୁଳନାରେ ୬.୫% ଅଧିକ । ଗତକାଲି ଜାରି ହୋଇଥିବା ସରକାରୀ ତଥ୍ୟରୁ ଏହା ଜଣାପଡ଼ିଛି । ଗତବର୍ଷ ସେପ୍ଟେମ୍ବରରେ ଦେଶରେ ମୋଟ ୧.୬୩ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା । ରିଫଣ୍ଡ ପରେ ସରକାରଙ୍କ ମୋଟ ଜିଏସ୍‌ଟି ଆଦାୟ ସେପ୍ଟେମ୍ବରରେ ୧.୫୩ ଲକ୍ଷ କୋଟି ଟଙ୍କା ରହିଛି । ଏହା ପୂର୍ବବର୍ଷ ସେପ୍ଟେମ୍ବର ତୁଳନାରେ ପ୍ରାୟ ୪% ଅଧିକ । ସୂଚନାଯୋଗ୍ୟ, ଚଳିତବର୍ଷ ଅଗଷ୍ଟରେ ଜିଏସ୍‌ଟି ଆଦାୟରେ ୧୦% ବୃଦ୍ଧି ଘଟିଥିଲା । ଆଲୋଚ୍ୟ ମାସରେ ମୋଟ ୧,୭୪,୯୬୨ କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଥିଲା, ଯାହାକି ୨୦୨୩ ଅଗଷ୍ଟରେ ଥିଲା ୧,୫୯,୦୬୯ କୋଟି ଟଙ୍କା । ଚଳିତବର୍ଷ ଜୁଲାଇରେ ମୋଟ ୧,୮୨,୦୭୫ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା । ଚଳିତବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ମୋଟ ୯.୧୩ ଲକ୍ଷ କୋଟି ଟଙ୍କାର ପରୋକ୍ଷ ଟିକସ ସଂଗ୍ରହ ହୋଇଛି ।ଏହା ୨୦୨୩ ସମାନ ଅବଧି ତୁଳନାରେ ୧୦.୧% ଅଧିକ । ସୂଚନାଯୋଗ୍ୟ, ୨୦୨୩ କ୍ୟାଲେଣ୍ଡର ବର୍ଷର ସେପ୍ଟେମ୍ବର ପର୍ୟ୍ୟନ୍ତ ମୋଟ ୮.୨୯ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା । ୨୦୧୭ ଜୁଲାଇ ୧ରେ ଦେଶରେ ଏକକ ପରୋକ୍ଷ ଟିକସ ବ୍ୟବସ୍ଥା ଜିଏସ୍‌ଟିକୁ କାର୍ୟ୍ୟକାରୀ କରାଯାଇଥିଲା । ଗତ ସେପ୍ଟେମ୍ବର ୯ରେ ହୋଇଥିବା ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗଠିତ ଜିଏସ୍‌ଟି ପରିଷଦ ଏକ ମନ୍ତ୍ରୀଗୋଷ୍ଠୀ ଗଠନ କରିଛି । ଏହି ମନ୍ତ୍ରୀଗୋଷ୍ଠୀ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସ୍‌ଟି ହ୍ରାସ ଉପରେ ନିଷ୍ପତ୍ତି ନେବ । ଏହି ମନ୍ତ୍ରୀଗୋଷ୍ଠୀ ଅକ୍ଟୋବର ଶେଷ ସୁଦ୍ଧା ଏହାର ରିପୋର୍ଟ ଦାଖଲ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking