29.1 C
Bhubaneswar
Sunday, June 21, 2026
Homeଓଡିଶାଝାରଖଣ୍ଡରେ ବଢୁଛି ଓଡ଼ିଆ ପରିଚୟ : ମୁଖ୍ୟମନ୍ତ୍ରୀ

ଝାରଖଣ୍ଡରେ ବଢୁଛି ଓଡ଼ିଆ ପରିଚୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଝାଡଖଣ୍ଡ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଝାଡଖଣ୍ଡ ଗସ୍ତର ଦ୍ଵିତୀୟ ଦିନରେ ଚାଇଁବାସାର କୋଲହାନ୍ ଯାଇ ସେଠାରେ ଆୟୋଜିତ ବିଜେପିର ପରିବର୍ତ୍ତନ ଯାତ୍ରାରେ ଯୋଗଦେଇଛନ୍ତି । ଏବଂ ପ୍ରେସମିଟ୍ ଜରିଆରେ କହିଛନ୍ତି ଝାଡଖଣ୍ଡରେ ଡବଲ ଇଞ୍ଜିନ୍ ସରକାର ହେବ। ଏଠାରେ ହେମନ୍ତ ସରକାର କିଛି କରିନାହାନ୍ତି , ତେଣୁ ପରିବର୍ତ୍ତନ ନିଶ୍ଚିତ ହେବା ଦରକାର। ସରକାର ପରିବର୍ତ୍ତନ ପାଇଁ ଲୋକେ ମନ ସ୍ଥିର କରିସାରିଛନ୍ତି। ଓଡିଶାରେ ଏବେ ଡବଲ ଇଞ୍ଜିନ୍ ସରକାର ରହିଛି। ଯାହା କହିଥିଲୁ ତାହା କରିଛୁ। ଓଡିଶାରେ ଧାନ ଏମଏସପି ୩୧୦୦ ଟଙ୍କା କରିବୁ କହିଥିଲୁ। ସରକାରରେ ଆସିବା କ୍ଷଣି ତୁରନ୍ତ କ୍ୟାବିନେଟ୍ ଅନୁମୋଦନ କଲୁ। ନବୀନ ସରକାର ଶହେ ଟଙ୍କା ବୋନସ୍ କହିଥିଲେ, ଦେଇପାରିଲେନି। କିନ୍ତୁ ମୋଦୀଙ୍କ ଫୋକସରେ ପୂର୍ବ ଭାରତ , ତେଣୁ ଝାଡଖଣ୍ଡର ବି ବିକାଶ ହେବ। ଝାଡ଼ଖଣ୍ଡରେ ଓଡ଼ିଆ ପିଲାଙ୍କ ପାଇଁ ସ୍ୱତନ୍ତ୍ରଭାବେ ନିଯୁକ୍ତ ହୋଇଥିବା ଶିକ୍ଷକଙ୍କ ଦରମା ଦ୍ୱିଗୁଣିତ କରିଛନ୍ତି ମୋହନ ମାଝୀ । ପୂର୍ବରୁ ମିଳୁଥିବା ୩୦୦୦ ଟଙ୍କା ବଦଳରେ ୬୦୦୦ ଟଙ୍କା ପ୍ରଦାନ କରାଯିବ । ପୂର୍ବ ସରକାର ୩୦୦୦ ଟଙ୍କାରୁ ୪୦୦୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଥିଲେ । ମାତ୍ର ସେହି ପ୍ରତିଶ୍ରୁତି ପୂରଣ କରି ନାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking