30.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଆକାଶ ଛୁଆଁ ସୁନା ଦର

ଆକାଶ ଛୁଆଁ ସୁନା ଦର

ନୂଆଦିଲ୍ଲୀ : ସାରା ଦୁନିଆରେ ବଜାରରେ ସୁନା ଦାମ୍‌ ଆକାଶ ଛୁଆଁ ହୋଇଛି । ଭାରତରେ ଖୁବ୍‌ ଶୀଘ୍ର ପର୍ବପର୍ବାଣି ସହ ବିବାହ ଋତୁ ଆରମ୍ଭ ହେବ । ଏହା ପୂର୍ବରୁ ହିଁ ସୁନା ଦାମ୍‌ ବଢି ଚାଲିଛି । ଆନ୍ତର୍ଜାତୀୟ ବଜାର ସହ ଘରୋଇ ବଜାରରେ ମଧ୍ୟ ସୁନା ଦାମ୍‌ ରେକର୍ଡ ଭାଙ୍ଗୁଛି । ଗତ ସପ୍ତାହରେ ୨୬ ସେପ୍ଟେମ୍ବରରେ ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍‌ ୨୬୮୫.୪୨ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି । ଘରୋଇ ବଜାରରେ ଏମସିଏକ୍ସରେ ସୁନା ଦାମ୍‌ ପ୍ରତି ୧୦ ଗ୍ରାମ୍‌ ୭୫,୭୫୦ ଟଙ୍କା ରହିଛି । ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍‌ରେ ଏଯାଏଁ ୩୦ ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଯାଇଛି । ଲଗାତାର ସୁନା ଦାମ୍‌ ବୃଦ୍ଧି ପାଉଥିବା ହେତୁ ଆଗାମୀ ଦିନରେ ସୁନା ଦାମ୍‌ ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଗତ ଏକ ସପ୍ତାହରେ ସୁନା ଦାମ୍‌ ୧,୫୪୭ ଟଙ୍କା ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ୨୧ ସେପ୍ଟେମ୍ବରରେ ସୁନା ଦାମ୍‌ ୭୪,୦୯୩ ଟଙ୍କା ୧୦ ଗ୍ରାମ୍‌ ପ୍ରତି ଥିଲା । ଯାହା ୨୮ ସେପ୍ଟେମ୍ବରରେ ୭୫,୬୪୦ ଟଙ୍କା ୧୦ ଗ୍ରାମ୍‌ ପ୍ରତି ପହଞ୍ଚିଛି । ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଏଯାଏଁ ସୁନା ଦାମ୍‌ ପ୍ରାୟ ୧୨,୨୮୮ ଟଙ୍କା ମହଙ୍ଗା ହୋଇଛି । ୧ ଜାନୁଆରୀ ୨୦୨୪ରେ ସୁନା ୬୩,୩୫୨ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ୭୫,୬୪୦ ଟଙ୍କା ୧୦ ଗ୍ରାମ ପ୍ରତି ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking