30.1 C
Bhubaneswar
Monday, September 30, 2024
Homeଓଡିଶାସେବାୟତଙ୍କ ଘରୁ ସ୍ୱର୍ଣ୍ଣମୂର୍ତ୍ତି ଉଦ୍ଧାର

ସେବାୟତଙ୍କ ଘରୁ ସ୍ୱର୍ଣ୍ଣମୂର୍ତ୍ତି ଉଦ୍ଧାର

ଭଦ୍ରକ : ବାବା ଆଖଣ୍ଡଳମଣୀ ସେବାୟତଙ୍କ ଘର ଭିତର ମାଟି ତଳୁ ବିରଳ ସ୍ୱର୍ଣ୍ଣମୂର୍ତ୍ତି ସହିତ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗହଣା ଉଦ୍ଧାର ହୋଇଛି । ଆରଡିର ବାବା ଅଖଣ୍ଡଳମଣୀ ମନ୍ଦିର ନିକଟରେ ଜଣେ ସେବାୟତଙ୍କ ଘର ଭିତର ମାଟି ତଳୁ ବିଭିନ୍ନ ପିତଳ ମୂର୍ତ୍ତି ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର ହୋଇଛି । ଘଟଣାକୁ ଲୋକଲୋଚନକୁ ନ ଆଣି ଚପାଇ ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ଆସିଛି । ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ମୂର୍ତ୍ତି ଏବଂ ଅଳଙ୍କାର ଉଦ୍ଧାର କରିଥିବା ପଣ୍ଡିତ ନରୋତମ ମିଶ୍ର । ସେ କହିଛନ୍ତି ଯେ ଆଖଣ୍ଡଳମଣୀ ମନ୍ଦିର ନିକଟରେ ରହୁଥିବା ସେବାୟତ ରବି ନାରାୟଣ ମିଶ୍ରଙ୍କ ଘରେ ଅଲୌକିକ ଘଟଣା ଘଟିବାରୁ ସେ ବେଦଚାର୍ଯ୍ୟ ଭୂତତ୍ୱ ପଣ୍ଡିତ ନରୋତମ ମିଶ୍ରଙ୍କୁ ଜଣାଇଥିଲେ ତାଙ୍କ ନିର୍ଦ୍ଦେଶରେ ସେବାୟତଙ୍କ ଘରେ ପୂଜା ପାଠ ହୋମ ଯଜ୍ଞ କରାଯାଇଥିଲା । ଘର ଭିତରେ ୬ ଫୁଟ ଲମ୍ବ ଏବଂ ୬ ଫୁଟ ଓସାର ବିଶିଷ୍ଟ ୧୫ ଫୁଟ ଗଭୀର ଗର୍ତ୍ତ ଖୋଳିବା ପରେ ଏକ ପିତଳ ହଣ୍ଡା ମିଳିଥିଲା । ପିତଳ ହଣ୍ଡାରେ ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର ସହିତ ଶିବ, ପାର୍ବତୀ,ଗଣେଶ,କାର୍ତ୍ତିକ ଓ ବୃଷଭ ଆଦି ବିରଳ ମୂର୍ତ୍ତୀ ଉଦ୍ଧାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking