ଭୁବନେଶ୍ବର : ଭୁବନେଶ୍ବର ବିଜେଡ଼ିରେ ହଲଚଲ୍। ବିଜେଡ଼ି କର୍ପୋରେଟରଙ୍କ ମେଳି । ଗୋଟିଏ ବସରେ ଏକାଠି ହେଲେ ୩୦ ଜଣ କର୍ପୋରେଟର। ବିଜେଡିର ସମସ୍ତ କର୍ପୋରେଟର ଏକାଠି ହୋଇ ଲୋକନାଥ ଦର୍ଶନ ପାଇଁ ଯାଉଛନ୍ତି । ବିଜେଡ଼ିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାରଙ୍କ ବିରୋଧରେ ମେଳି ହୋଇଥିବା ସୂଚନା। ନିର୍ବାଚନ ପରେ ଏବେ ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି । ବିଶେଷ କରି ଭୁବନେଶ୍ୱରରେ ବିଜେଡି କଳି ଉଗ୍ର ରୂପ ନେଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ୪ ଜଣ ବିଜେଡି ନେତାଙ୍କୁ ସୋ-କୋଜ ନୋଟିସ ଦେଇଛନ୍ତି । ସେମାନେ ହେଲେ ଅମରେଶ ଜେନା, ବିରଞ୍ଚି ମହାସୂପକାର, ବିବେକ ସ୍ୱାଇଁ ଓ ରାଜେଶ ପାତ୍ର । ଏାମନେ ବିଶୃଙ୍ଖଳିତ କାର୍ଯ୍ୟରେ ଲିପ୍ତ ଥିବା ସଭାପତିଙ୍କ ନଜରକୁ ଆସିଛି । କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆନଯିବ ସେନେଇ ୧୫ ଦିନ ଭିତରେ ଉତ୍ତର ରଖିବାକୁ ନୋଟିସ ଜାରି କରାଯାଇଛି ।









