27.1 C
Bhubaneswar
Sunday, September 29, 2024
Homeଓଡିଶାବିନାଶ କରିଛି ବିଜେଡି: ମୁଖ୍ୟମନ୍ତ୍ରୀ

ବିନାଶ କରିଛି ବିଜେଡି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ଜନତା ଦଳ ବିକାଶ ନାମରେ ବିନାଶ କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଯାଜପୁରରେ ଅନୁଷ୍ଠିତ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହା କହି ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ ଯାଜପୁରର ନଗଡ଼ା ଅପପୁଷ୍ଟି କଥା କେବଳ ରାଜ୍ୟ ନୁହେଁ ସାରାଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା । ଖାଇବାକୁ ନପାଇ ପ୍ରାୟ ୧୫ ଜଣ ଶିଶୁଙ୍କ ଜୀବନ ଯାଇଥିଲା । ଯାଜପୁରର ଗୁରୁବାରୀ ମାଉସୀ ଚାକୁଣ୍ଡା ପତ୍ର ଭାଜି ଖାଇଥିଲେ । ୨୪ ବର୍ଷରେ କି ବିକାଶ ହୋଇଛି? ଆହୁରି ସମୟ ମାଗୁଛନ୍ତି । ଦୀର୍ଘ ୨୪ ବର୍ଷ ଶାସନରେ ବିଜେଡି ବିକାଶ ନାମରେ ବିନାଶ କରିଛି । ଏଭଳି କହି ବିଜେଡିକୁ ଟାର୍ଗେଟ କରିବା ସହ ବିଜେପିକୁ ଓଡ଼ିଶାରେ ଏକ ନମ୍ବର କରିବାକୁ ମୁଖ୍ୟମନ୍ତ୍ରୀ ଯାଜପୁରବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ଏଥିସହ ଯାଜପୁର ଜିଲ୍ଲା ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତୁ୍ୟ ମାମଲାର ତଦନ୍ତ କରାଯିବ । ଯିଏ ବି ଦୋଷୀ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କୁ ଜେଲ ପଠାଯିବ । ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କୁ ଜେଲ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିସହ ବିଜେଡିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେଡି ସରକାର ଥିବା ସମୟରେ ଜିଲ୍ଲାରେ ବ୍ୟାପକ ଦୁର୍ନୀତି ହୋଇଛି । ବିଜେଡିର ଗାଁକୁ କାମ, ନାରୀଙ୍କୁ ସମ୍ମାନ ନାରା କେତେ କାର୍ଯ୍ୟକାରୀ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଗାଁକୁ ଭଲ ରାସ୍ତା ନାହିଁ । ବିକାଶମୂଳକ କାମ ନାମରେ ବ୍ୟାପକ ଦୁର୍ନୀତି ହୋଇଛି । ମହିଳାଙ୍କୁ କେତେ ସମ୍ମାନ ମିଳିଛି ତାହା ଆମେ ୨/୩ ବର୍ଷ ତଳୁ ଦେଖିଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking