18.1 C
Bhubaneswar
Thursday, February 12, 2026
Homeଓଡିଶାପ୍ରେମିକାର ଆତ୍ମହତ୍ୟା ପରେ ଜୀବନ ହାରିଲା ପ୍ରେମିକ

ପ୍ରେମିକାର ଆତ୍ମହତ୍ୟା ପରେ ଜୀବନ ହାରିଲା ପ୍ରେମିକ

ବାଲିଗୁଡା: ପ୍ରେମିକାଙ୍କ ଆତ୍ମହତ୍ୟା ପରେ ପ୍ରେମିକଙ୍କ ଚରମ ପଦକ୍ଷେପ। ବେକରେ ଗାମୁଛା ଲଗାଇ ମହୁଲ ଗଛରେ ଝୁଲି ପଡ଼ିଲେ ଯୁବକ । ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା କଞ୍ଜାମେଣ୍ଡି ଅଞ୍ଚଳରେ । ମୃତକ କଞ୍ଜାମେଣ୍ଡି ଗ୍ରାମର ଯୁବକ ସଞ୍ଚୁସ୍ ଦିଗାଳ ବୋଲି ଜଣାପଡ଼ିଛି । ସୂଚନା ମୁତାବକ କଞ୍ଜାମେଣ୍ଡି ଗ୍ରାମର ଜଣେ ଯୁବତୀଙ୍କ ସହ ସଞ୍ଜୁସଙ୍କର ସମ୍ପର୍କ ଥିଲା । ଗତ ଅଗଷ୍ଟ ୧୫ ତାରିଖରେ ସମ୍ପୃକ୍ତ ଯୁବତୀ ଜଣକ ନିଜେ ଆତ୍ମହତ୍ୟା କରିଥିଲେ ।

ଘଟଣା ପରେ ସଞ୍ଚୁସ୍ ମାନସିକ ଚାପରେ ଥିଲେ ଏବଂ ଶୁକ୍ରବାର ରାତିରେ ଏଭଳି ଚରମ ନିଷ୍ପତ୍ତି ନେଇ ନିଜ ଘର ଠାରୁ ୫୦୦ ମିଟର ଦୂରରେ ଥିବା ଗଜମାହା ଜଙ୍ଗଲରେ ଏକ ମହୁଲ ଗଛରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିବା କୁହାଯାଉଛି । ଗାଁ ଲୋକଙ୍କ ଠାରୁ ଖବରପାଇ କ.ନୁଆଗାଁ ପୋଲିସ୍ ଘଟଣା ସ୍ଥଳରେ ପହଁଚି ମୃତକଙ୍କ ସମ୍ପର୍କୀୟଙ୍କ ସହାୟତାରେ ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି କ.ନୁଆଗାଁ ପୁଲିସ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking