28.1 C
Bhubaneswar
Saturday, September 28, 2024
Homeଓଡିଶାଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲେ ନର୍ସିଂ ସଂଘ: ମନ୍ତ୍ରୀ

ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲେ ନର୍ସିଂ ସଂଘ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବ୍ୟାପି ଧାରଣାରତ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନରୁ ଓହରିବେ ବୋଲି ଜଣାପଡିଛି । ଶନିବାର ସନ୍ଧ୍ୟାରେ ସଂଘ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ଯେ, ନର୍ସିଂ ସଂଘ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛନ୍ତି । ତେବେ ସରକାର ଏକ କମିଟି ଗଠନ କରିବେ । ଏହି କମିଟିରେ ନର୍ସିଂ ସଂଘର ଦାବି ସଂପର୍କରେ ଆଲୋଚନା କରିବୁ । ସେହିପରି ଆନ୍ଦୋଳନ ନେଇ ନର୍ସିଂ ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ସେମାନଙ୍କର ଦାବି ଶୁଣିବା ପାଇଁ ରାଜି ହୋଇଛନ୍ତି ।

କିନ୍ତୁ ଆନ୍ଦୋଳନ ଜାରି ରହିବ କି ନାହିଁ ସଂଘର କର୍ମକର୍ତ୍ତାମାନେ ଆଜି ରାତିରେ ଆଲୋଚନା କରିବେ । ବୈଠକ ପରେ ସ୍ପଷ୍ଟ କରାଯିବ ବୋଲି ସଂଘ କହିଛି । ସାଧାରଣ ସଂଘର ସଂପାଦକ ଅଶ୍ୱିନୀ ଦାସ କହିଛନ୍ତି, ରାଜ୍ୟ ସରକାର ଆମର ୧୦ ସୂତ୍ରୀ ଦାବି ତର୍ଜମା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ, ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନର୍ସିଂ ସଂଘ ସହିତ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ସନ୍ଧ୍ୟାରେ ନର୍ସିଂ ଅଧିକାରୀମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ । ନର୍ସିଂ କର୍ମଚାରୀମାନେ ଅହୋରାତ୍ର ଧାରଣ ଦେବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଶ୍ରୀ ମହାଲିଙ୍ଗ ଆଲୋଚନା କରିଥିଲେ ।

ରାଜ୍ୟରେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ ରୋଗୀ ସେବା ଠପ୍ ହୋଇ ଯାଇଛି । ରାଜ୍ୟ ସରକାର ଓ ସଙ୍ଘ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଓ ଏହା ସଫଳ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଆସନ୍ତାକାଲି କାଲିଠାରୁ ନର୍ସମାନେ କାମରେ ଯୋଗ ଦେବେ ବୋଲି ମନ୍ତ୍ରୀ ସୂଚନା ଦେଇଥିବା ବେଳେ ଆନ୍ଦୋଳନ ପ୍ରତ୍ୟାହାର ନେଇ ସଙ୍ଘ ସ୍ପଷ୍ଟ କରିନାହିଁ । ସବୁ ଜିଲ୍ଲାର କର୍ମକର୍ତ୍ତା ସହ ଆଲୋଚନା ପରେ ଆଜି ରାତି ସୁଦ୍ଧା ନିଷ୍ପତ୍ତି ଜଣାଇବୁ ବୋଲି କହିଛି ନର୍ସିଂ ସଂଘ । ପ୍ରକାଶଥାଉକି ଗତ ଅଗଷ୍ଟ ମାସରେ ବିଭିନ୍ନ ଦାବି ନେଇ କଳା ବ୍ୟାଚ ପିନ୍ଧି ନର୍ସମାନେ ଧାରଣା ଦେଇଥିଲେ । ସରକାର ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଓହରିଥିଲେ । ହେଲେ ପ୍ରତିଶ୍ରୁତି ପାଳନ ନହେବାରୁ ଶେଷରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking