28.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶଚାର୍ଜସିଟ୍ ଅଭିଯୋଗ ଅତ୍ୟନ୍ତ ସାଂଘାତିକ; ସନ୍ଦୀପ ଘୋଷଙ୍କୁ ମିଳିପାରେ ମୃତ୍ୟୁଦଣ୍ଡ: ସିବିଆଇ କୋର୍ଟ

ଚାର୍ଜସିଟ୍ ଅଭିଯୋଗ ଅତ୍ୟନ୍ତ ସାଂଘାତିକ; ସନ୍ଦୀପ ଘୋଷଙ୍କୁ ମିଳିପାରେ ମୃତ୍ୟୁଦଣ୍ଡ: ସିବିଆଇ କୋର୍ଟ

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ୍ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ୍‌ଙ୍କ ବିରୋଧରେ ସିବିଆଇ ପକ୍ଷରୁ ଦାଖଲ ଚାର୍ଜସିଟ୍‌କୁ ନେଇ ସିବିଆଇ କୋର୍ଟ ଆଜି ଏକ ବଡ଼ ଟିପ୍ପଣୀ କରିଛନ୍ତି । କୋର୍ଟ କହିଛନ୍ତି ସନ୍ଦୀପ ଘୋଷ୍‌ଙ୍କ ବିରୋଧରେ ଦାଖଲ ଚାର୍ଜସିଟ୍‌ରେ ଦର୍ଶାଯାଇଥିବା ଅଭିଯୋଗ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଜଘନ୍ୟ ଅପରାଧକୁ ପ୍ରମାଣିତ କରୁଛି । ସୁତରାଂ ତାଙ୍କ ବିରୋଧରେ ଶୁଣାଣି ଶେଷ ହେବା ବେଳକୁ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇପାରେ । ଏହି ଘଟଣାରେ ସନ୍ଦୀପ ଘୋଷଙ୍କ ଅନ୍ୟତମ ସହଯୋଗୀ ତଥା ତାଲା ପୁଲିସ୍ ଷ୍ଟେସନର ପୂର୍ବତନ ଓଆଇସି ଅଭିଜିତ ମଣ୍ଡଳ ମଧ୍ୟ ସମାନ ଦଣ୍ଡାଦେଶର ସମ୍ମୁଖୀନ ହୋଇପାରନ୍ତି ବୋଲି କୋର୍ଟ କହିଛନ୍ତି ।

ମାଜିଷ୍ଟ୍ରେଟ ଶିବାଷିସ୍ ଦେ’ ଲେଖିଥିବା ଏକ ନିର୍ଦ୍ଦେଶର କପି ଏବେ ସାମ୍ନାକୁ ଆସିଛି । ଏଥିରେ ସେ କହିଛନ୍ତି, ସିବିଆଇର ତଦନ୍ତ ଦ୍ରୁତ ଗତିରେ ଆଗେଇ ଚାଲିଛି । ତେଣୁ ଆସନ୍ତା ସୋମବାର ଯାଏ ଉଭୟ ଘୋଷ ଓ ମଣ୍ଡଳ ସିବିଆଇ ହେପାଜତରେ ରହିବେ । ମାଜିଷ୍ଟ୍ରେଟ୍‌ଙ୍କ ଅନୁସାରେ ଅଭିଯୋଗ ଗୁଡ଼ିକର ପ୍ରକୃତି ଓ ଗଭୀରତା ଅତ୍ୟନ୍ତ ସାଂଘାତିକ । ଯଦି ସବୁ ଅଭିଯୋଗ ପ୍ରମାଣିତ ହୋଇଯାଏ, ତା’ହେଲେ ମୃତ୍ୟୁଦଣ୍ଡ ଦିଆଯାଇପାରେ । ଏପରି ମୃତ୍ୟୁଦଣ୍ଡ କେବଳ ବିରଳରୁ ଅତି ବିରଳ କ୍ଷେତ୍ରରେ ମିଳିଥାଏ । ଯଦି ଜାମିନ ଦିଆଯାଏ, ତା’ହେଲେ ସମାନତାର ମୂଳ ନୀତି ଉଲ୍ଲଙ୍ଘନ ହେବ । ଜଣେ ବ୍ୟକ୍ତି ଅପରାଧ ଘଟିଥିବା ସ୍ଥାନରେ ଉପସ୍ଥିତ ନ ରହି ବି ଅପରାଧ ଘଟାଇ ପାରିବ ବୋଲି ମାଜିଷ୍ଟ୍ରେଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking