32.1 C
Bhubaneswar
Saturday, September 28, 2024
Homeଓଡିଶାବିଦ୍ୟୁତ ଆଘାତ ଲାଗି ଚାଲିଗଲା ଶିଶୁର ଜୀବନ

ବିଦ୍ୟୁତ ଆଘାତ ଲାଗି ଚାଲିଗଲା ଶିଶୁର ଜୀବନ

ଢେଙ୍କାନାଳ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ଶିଶୁର ଜୀବନ । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ବାମ ଗାଁରେ ଘଟିଛି ଏଭଳି ଅଘଟଣ । ମୃତ ଶିଶୁପୁତ୍ରର ବୟସ ମାତ୍ର ଦେଢ଼ ବର୍ଷ । ମୃତ ଶିଶୁପୁତ୍ର ହେଉଛି ରାଜେଶ ସାଏ । ସୂଚନା ଅନୁସାରେ, ବାମ ଗାଁର ହନୁମନ୍ତିଆ ସାହିର ପୂର୍ଣ୍ଣଚନ୍ଦ୍ର ସାଏ ଓ ଶିବାନୀ ସାଏଙ୍କ ଦେଢ଼ ବର୍ଷର ପୁଅ ରାଜେଶ ସାଏ ଘରେ ଖେଳୁଥିଲା । ଏହି ସମୟରେ ଅସାବଧାନତା କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ପିଲାଟି ଆସିଯାଇଥିଲା । ପରେ ପିଲାଟି କାନ୍ଦି ଜୋରରେ ଚିତ୍କାର କରିଥିଲା । ଚିତ୍କାର ଶୁଣି ମାଆ ଶିବାନୀ ସାଏ ପୁଅ ପାଖରେ ପହଁଚି ତ ଦେଖନ୍ତି ତ ପୁଅକୁ କରେଣ୍ଟ ଲାଗିଛି । ତୁରନ୍ତ ପୁଅକୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking