37.1 C
Bhubaneswar
Friday, May 15, 2026
Homeଦେଶ ବିଦେଶ୨୧୦୦ ମସିହା ସୁଦ୍ଧା ବିବାହର ଧାରା ଶେଷ ହେବ : ରିପୋର୍ଟ

୨୧୦୦ ମସିହା ସୁଦ୍ଧା ବିବାହର ଧାରା ଶେଷ ହେବ : ରିପୋର୍ଟ

ନୂଆଦିଲ୍ଲୀ : ବିବାହର ଧାରଣା ବଦଳୁଛି । ପୂର୍ବରୁ ବିବାହ ଏକ ପବିତ୍ର ବନ୍ଧନ ଭାବରେ ବିବେଚନା କରାଯାଉଥିଲା । ଥରେ ବିବାହ ହେବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଲଗା ହେବାର ପ୍ରଶ୍ନ ଉଠୁନଥିଲା । ସମୟ ସହିତ, ବିବାହର ପରେ ଛାଡପତ୍ର ସମସ୍ୟା ମଧ୍ୟ ବୃଦ୍ଧି ପାଉଛି । ଅନେକ କ୍ଷେତ୍ରରେ, ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସାମାନ୍ୟ ପାର୍ଥକ୍ୟ ମଧ୍ୟ ଛାଡପତ୍ର ପର୍ଯ୍ୟନ୍ତ କଥାକୁ ନେଇଯାଉଛି । ଅନ୍ୟ ପଟେ, ଅବୈଧ ସମ୍ପର୍କ, ଲାଇଭ-ଇନ୍ ସମ୍ପର୍କ, ଡେଟିଂ, ଧନୀ ଶ୍ରେଣୀ ମଧ୍ୟରେ ପତ୍ନୀ ଅଦଳବଦଳ … ଏହି ସମସ୍ତ ପଦ୍ଧତି ଯାହା ପୂର୍ବରୁ ବିଦେଶରେ ସୀମିତ ଥିଲା, ଯାହା ଭାରତରେ ଘୃଣ୍ୟ ଏବଂ ଅଶ୍ଳୀଳ ବିବେଚନା କରାଯାଉଥିଲା, ସେହି ପଦ୍ଧତିଗୁଡ଼ିକ, ମଧ୍ୟ ଏବେ ଭାରତରେ ଆରମ୍ଭ ହେବାରେ ଲାଗିଲାଣି ।ଯାହାର ମୂଳ ଅର୍ଥ ହେଉଛି ମହିଳାମାନେ ସ୍ୱାଧୀନ ହେବାକୁ ଚାହାଁନ୍ତି ଏବଂ ବିବାହ କରିବାକୁ ଚାହାଁନ୍ତି ନାହିଁ ।
ତେବେ ଏହାକୁ ବିଚାରକୁ ନେଲେ କୁହାଯିବ ଯେ ଆଗାମୀ ଛଅ-ସାତ ଦଶନ୍ଧି ମଧ୍ୟରେ, ଅର୍ଥାତ୍ ପ୍ରାୟ ୨୧୦୦ ମସିହା ସୁଦ୍ଧା, ବିବାହର ଧାରଣା ସମାପ୍ତ ହେବ। କେହି ବିବାହ କରିବେ ନାହିଁ ବୋଲି ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି। ଏ ବିଷୟରେ ବିଶେଷଜ୍ଞଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଥିଲେ ବିଶ୍ଳେଷଣ କରାଯାଇଛି ଯେ ବିବାହ ପରି ସମ୍ପର୍କ କିପରି ରୂପ ନେଉଛି ଏବଂ ସାମାଜିକ ପରିବର୍ତ୍ତନ, ବ୍ୟକ୍ତିଗତତା ବୃଦ୍ଧି ଏବଂ ଲିଙ୍ଗଗତ ଭୂମିକା ବିକାଶ ହେତୁ ପାରମ୍ପାରିକ ବିବାହ ଆଉ ରହିବ ନାହିଁ। ସେ ଏହା ପଛରେ କିଛି ଉଦାହରଣ ଦେଇଛନ୍ତି, ଯେପରି ଯୁବ ପିଢ଼ି କ୍ୟାରିୟର, ବ୍ୟକ୍ତିଗତ ବିକାଶ ଏବଂ ଅଭିଜ୍ଞତା ଉପରେ ଅଧିକ ଧ୍ୟାନ ଦେଉଛନ୍ତି।
ଏହା ସହିତ ଲାଇଭ୍-ଇନ୍ ସମ୍ପର୍କ ଏବଂ ଅବୈଧ ସମ୍ପର୍କ ବଢିବାରେ ଲାଗିଛି । ଯାହାକି ବିବାହର ଆବଶ୍ୟକତାକୁ ଦୂର କରୁଛି । ଏହା ବ୍ୟତୀତ ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଅଗ୍ରଗତି ମଧ୍ୟ ଏକ କାରଣ । ତେବେ ବିଶେଷଜ୍ଞ ମାନେ ବିଶ୍ୱାସ କରନ୍ତି ଯେ ଏହି କାରଣରୁ ଭବିଷ୍ୟତରେ ମାନବ ସମ୍ପର୍କ ଭିନ୍ନ ହୋଇପାରେ। ଏହା ସହିତ, ଅର୍ଥନୈତିକ କାରଣଗୁଡିକ ଯେପରିକି ଜୀବନ ମୂଲ୍ୟ ମଧ୍ୟ ଲୋକଙ୍କୁ ବିବାହ ପ୍ରତି କମ୍ ଆକର୍ଷିତ କରିଥାଏ। ବିଶେଷକରି ମହିଳାମାନେ ବର୍ତ୍ତମାନ ଯୁଗରେ ଏକ ଆତ୍ମନିର୍ଭରଶୀଳ ଜୀବନ ଚାହୁଁଛନ୍ତି। ସେମାନଙ୍କୁ ବିବାହର ବନ୍ଧନରେ ବାନ୍ଧି ହେବା ଭଲ ଲାଗୁନାହିଁ। ବିବାହ ଏକ ବନ୍ଧନ, ଯେଉଁଠାରେ ସେମାନଙ୍କର ସ୍ୱାଧୀନତା ନାହିଁ, ସେମାନଙ୍କର ଭବିଷ୍ୟତ ନାହିଁ, ସେମାନେ ନିଜ କ୍ୟାରିୟରରେ ଅଗ୍ରଗତି କରିପାରିବେ ନାହିଁ, ଯେଉଁମାନେ ଏହିପରି ଭାବନ୍ତି ସେମାନଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି, ଯେଉଁ କାରଣରୁ ଆଜିକାଲି ଅନେକ ଲୋକ ବିବାହ କରିବାକୁ ପ୍ରସ୍ତୁତ ନୁହଁନ୍ତି। ବିବାହ ପରେ ମଧ୍ୟ ସେମାନେ ସନ୍ତାନ ପ୍ରସବ କରିବାକୁ ଦ୍ୱିଧା କରନ୍ତି । ଯଦି ଏହି ଧାରା ଅବ୍ୟାହତ ରହେ ତେବେ ୨୧୦୦ ସୁଦ୍ଧା ବିବାହ ଭଳି କୌଣସି ଜିନିଷ ରହିବ ନାହିଁ।
ଲେନସେଟ୍ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ବର୍ତ୍ତମାନ ପୃଥିବୀରେ ୮ ବିଲିୟନ ଲୋକ ବାସ କରନ୍ତି। ଆଗାମୀ ଦିନରେ ଏହି ସଂଖ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ । ବିଶ୍ୱରେ ଜନସଂଖ୍ୟା ପ୍ରଜନନ ହାର ଦ୍ରୁତ ଗତିରେ ହ୍ରାସ ପାଉଛି । ଭବିଷ୍ୟତରେ ଏହି ପରିବର୍ତ୍ତନ ମଣିଷ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ବିଶ୍ୱାସ କରାଯାଏ। ୧୯୫୦ ଦଶକରୁ ସମସ୍ତ ଦେଶରେ ଜନ୍ମ ହାର ହ୍ରାସ ପାଉଛି। ୧୯୫୦ ମସିହାରେ ଜନସଂଖ୍ୟା ପ୍ରଜନନ ହାର ୪.୮୪% ଥିଲା । ୨୦୨୧ ସୁଦ୍ଧା ଏହା ୨.୨୩% କୁ ଖସି ଆସିଛି । ୨୧୦୦ ସୁଦ୍ଧା ଏହା ୧.୫୯% କୁ ଖସିଯିବାର ସମ୍ଭାବନା ଅଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking