ନୂଆଦିଲ୍ଲୀ : ଦିଲ୍ଲୀରୁ ପୁଣି ଏକ ଲଜ୍ଜାକର ଘଟଣା ସାମନାକୁ ଆସିଛି । ଘର ଭଡ଼ା ନେଇ ରହୁଥିବା ଜଣେ ଯୁବତୀଙ୍କ ସହ ଘଟିଛି ଏକ ସାଂଘାତିକ ଘଟଣା । ତାଙ୍କର ବେଡ୍ ରୁମ୍ରେ ଓ ବାଥରୁମ୍ରେ ଲାଗିଥିଲା ଗୁପ୍ତ କ୍ୟାମେରା । ଆଉ ଏହି କାରନାମା କରିଥିଲା ସେହି ଭଡ଼ା ଘର ମାଲିକର ପୁଅ । ପୂର୍ବ ଦିଲ୍ଲୀର ଶକରପୁର ଅଞ୍ଚଳରୁ ପୁଲିସ ମଙ୍ଗଳବାର , କରଣ ନାମକ ୩୦ ବର୍ଷିୟ ଯୁବକଙ୍କୁ ଗିରଫ କରିଛି । ସେ ଘର ଭଡ଼ାରେ ଦେଇଥିବା ଜଣେ ଯୁବତୀଙ୍କ ବେଡରୁମ୍ରୁ ନେଇ ବାଥରୁମ୍ ଯାଏ ଗୁପ୍ତ କ୍ୟାମେରା ଲଗାଇ ଥିଲେ ।
ଗତ କିଛି ମାସ ହେବ ଯୁବତୀ ଜଣଙ୍କ ଏଠାରେ ରହି ୟୁପିଏସସି ପ୍ରସ୍ତୁତି କରୁଥିଲେ । ସେ ସହର ଠାରୁ ବାହାରକୁ ଯିବା ବେଳେ ଘର ମାଲିକର ପୁଅକୁ ଚାବି ଦେଉଥିଲେ । ଲାଇଭ ହିନ୍ଦୁସ୍ତାନ ଡଟ୍ କମ୍ରେ ପ୍ରକାଶିତ ସୂଚନା ଅନୁସାରେ , ମାମଲା ସେତେବେଳେ ସାମନାକୁ ଆସିଲା ,ଯେତେବେଳେ ପୀଡ଼ିତା ନିଜର ହ୍ୱାଟ୍ସଆପ୍ରେ ସଦିଗ୍ଧ କାର୍ଯ୍ୟକଳାପକୁ ଦେଖିବାକୁ ପାଇଲେ । ଡିସିପି ଅପୂର୍ବ ଗୁପ୍ତା କହିଛନ୍ତି , ସେ ଜାଣିବାକୁ ପାଇଲେ କି ତାଙ୍କର ହ୍ୱାଟ୍ସଆପ୍ ଆକାଉଣ୍ଟ କୌଣସି ଅଜଣା ଲ୍ୟାପଟପ୍ରେ ଲଗ୍ ଇନ୍ ଅଛି । ସେ ତୁରନ୍ତ ଏହି ଡିଭାଇସ୍ରୁ ଲଗଆଉଟ୍ କରିଥିଲେ । ତାଙ୍କୁ ଆଉ କିଛି ଆଶଙ୍କା ହେବାରୁ ସେ ଘରର ତଲାସୀ ନେବା ଆରମ୍ଭ କଲେ । ସେତେବେଳେ ତାଙ୍କୁ ବାଥରୁମ୍ର ବଲବ୍ ହୋଲଡରରେ ଏକ ଗୁପ୍ତ କ୍ୟାମେରା ମିଳିଲା।
ଏହାପରେ ସେ ସୋମବାର ପିସିଆରକୁ କଲ୍ କଲେ । ପୁଲିସ ଟିମ୍ ଯେତେବେଳେ ଘରର ତଲାସୀ ନେଲା ତ ଆଉ ଏକ କ୍ୟାମେରା ବେଡରୁମ୍ର ବଲବ୍ ହୋଲଡରରୁ ପାଇଲେ । ଯୁବତୀ ପୁଲିସକୁ କହିଛନ୍ତି , ଯେବେ ବି ସେ ସହର ଠାରୁ ବାହାରକୁ ଯାଉ ଥିଲେ ,ସେ ଚାବି କରଣଙ୍କୁ ( ଘର ମାଲିକ ପୁଅ) ଦେଉଥିଲେ , ଯିଏ କି ସେହି ବିଲ୍ଡିଂରେ ଅଲଗା ମହଲାରେ ରୁହନ୍ତି । ପଚରାପଚରି ବେଳେ କରଣ ସ୍ୱୀକାର କରିଥିଲେ କି , ୩ ମାସ ପୂର୍ବେ ଯେବେ ଯୁବତୀ ଜଣଙ୍କ ୟୁପିରେ ନିଜ ଘରକୁ ଯାଇଥିଲେ , ସେତେବେଳେ ସେ ଏହି କାମ କରିଥିଲେ । ସୁଯୋଗର ଫାଇଦା ଉଠାଇ ସେ ତିନୋଟି ଗୁପ୍ତ କ୍ୟାମେରା ଲଗେଇ ଥିଲେ । ଗୋଟିଏ ବାଥରୁମ୍ ଓ ଅନ୍ୟଟି ବେଡରୁମ୍ରେ ଫିଟ୍ କରିଥିଲେ । ଏହି କ୍ୟାମେରା ଗୁଡ଼ିକୁ ଅନଲାଇନ୍ ଅପରେଟ୍ କରାଯାଇ ପାରୁ ନଥିଲା । ଭିଡ଼ିଓରେ ଲାଗି ଥିବା ଏକ ମେମୋରୀ କାର୍ଡରେ ଷ୍ଟୋର ହେଉଥିଲା । ଯୁବତୀଙ୍କ କହିବାନୁସାରେ , କରଣ ରୁମ୍ ରିପାୟରିଂ କରାଇବା ବାହାନାରେ ଅନେକ ସମୟରେ ଚାବି ନେଉଥିଲେ । ଆଉ ସବୁ ଭିଡ଼ିଓକୁ ନିଜ ଲ୍ୟାପଟପ୍ରେ ଟ୍ରାନ୍ସଫର କରୁଥିଲେ । ଯାଞ୍ଚ ବେଳେ ୩ୟ କ୍ୟାମେରା ଓ ଦୁଇଟି ଲ୍ୟାପଟପ୍ ମଧ୍ୟ ଜବତ କରାଯାଇଛି ।










