27.1 C
Bhubaneswar
Tuesday, September 24, 2024
Homeଦେଶ ବିଦେଶଭାରତରେ ଧନୀ ଲୋକଙ୍କ ପାଇଁ ଦାମୀ ମଦ ବିକ୍ରିରେ ଅଭିବୃଦ୍ଧି

ଭାରତରେ ଧନୀ ଲୋକଙ୍କ ପାଇଁ ଦାମୀ ମଦ ବିକ୍ରିରେ ଅଭିବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ବଢ଼ୁଥିବା ଧନୀ ଶ୍ରେଣୀର ଲୋକଙ୍କ ପାଇଁ ଦାମୀ ମଦ ବିକ୍ରିରେ ଅଭିବୃଦ୍ଧି ଘଟିଛି । ସ୍ୱିଜରଲ୍ୟାଣ୍ଡର ଜଣେ ଅନୁସନ୍ଧାନକାରୀଙ୍କ ଅନୁଯାୟୀ ସ୍କଚ୍ ହ୍ୱିସ୍କି ଏବଂ ସଫ୍ଟ ୱାଇନ୍ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ପଞ୍ଜିକୃତ ହୋଇଛି, ଯାହା ଆମେରିକା ଏବଂ ଚାଇନାରେ ବ୍ୟବହାର ଅଭିବୃଦ୍ଧି ହାରଠାରୁ ଦ୍ରୁତ ଅଟେ । ଜୁରିଚର ବରିଷ୍ଠ ବିଳାସପୂର୍ଣ୍ଣ ବ୍ରାଣ୍ଡ ବିଲଡର ତଥା ଉପଭୋକ୍ତା ଅଭିଜ୍ଞତା ବିଶେଷଜ୍ଞ ସାଇମନ୍ ଜୋସେଫ୍ କହିଛନ୍ତି ଯେ ଗୋଟିଏ ଉପ-ଶ୍ରେଣୀ ଯେଉଁଠାରେ ଭାରତ ଚୀନ୍‌କୁ ଅତିକ୍ରମ କରି ଆମେରିକାର ହାରରେ ଦୁଇଗୁଣ ବୃଦ୍ଧି ପାଉଛି, ତାହା ହେଲା ସ୍କଚ୍ ଲଗ୍‌ଜୁରି ହ୍ମିସ୍କି । ଗ୍ଲିଅନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହାୟର ଏଜୁକେସନ୍ ଅନୁସନ୍ଧାନକାରୀ ଜୋସେଫ୍ କହିଛନ୍ତି ଯେ ବିଭିନ୍ନ ତଥ୍ୟ ପୂର୍ବାନୁମାନ ଅନୁଯାୟୀ ବିଳାସପୂର୍ଣ୍ଣ ସ୍କଚ୍ ୱିସ୍କି ବଜାର ମଧ୍ୟ ୨୦୨୪ ଶେଷ ସୁଦ୍ଧା ବାର୍ଷିକ ୧୬ ପ୍ରତିଶତ ହାରରେ ବୃଦ୍ଧି ପାଉଛି ।

ବ୍ରିଟେନ ସ୍ଥିତ ସ୍କଚ୍ ହ୍ୱିସ୍କି ଆସୋସିଏସନ୍ ର ତଥ୍ୟ ଦର୍ଶାଇ ଜୋସେଫ୍ କହିଛନ୍ତି ଯେ ଭାରତକୁ ସ୍କଚ୍ ହ୍ୱିସ୍କି ରପ୍ତାନି ୨୦୨୨ ସୁଦ୍ଧା ବାର୍ଷିକ ୬୬% ହାରରେ ବୃଦ୍ଧି ପାଇବ, ଯାହା ଆମେରିକା, ଚୀନ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବଜାରଠାରୁ ଆଗରେ ରହିଛି । ବ୍ରିଟେନ ସ୍ଥିତ ସ୍କଚ୍ ହ୍ୱିସ୍କି ଆସୋସିଏସନ୍‌ର ତଥ୍ୟ ଅନୁଯାୟୀ, ୨୦୨୩ ମସିହାରେ ୧୬୭ ମିଲିୟନ ବୋତଲ ଭାରତକୁ ରପ୍ତାନି ହୋଇଥିଲା, ଯାହା ୨୦୧୯ ତୁଳନାରେ ୨୭ ପ୍ରତିଶତ ଅଧିକ । ଜୋସେଫ କହିଛନ୍ତି, “ମୂଲ୍ୟ ଦୃଷ୍ଟିରୁ ଆମେରିକା ସ୍କଚ୍ ହ୍ୱିସ୍କି ବ୍ୟବହାରରେ ଆଗୁଆ ରହିଛି । ପରିମାଣ ଦୃଷ୍ଟିରୁ ଭାରତ ବର୍ତ୍ତମାନ ଫ୍ରାନ୍ସଠାରୁ ଟିକେ ଆଗରେ ରହିଛି । ସ୍କଟଲ୍ୟାଣ୍ଡ୍ ସ୍କଚ୍ ହ୍ୱିସ୍କିର ସବୁଠାରୁ ବଡ଼ ରପ୍ତାନିକାରୀ ରହିଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking