32.1 C
Bhubaneswar
Tuesday, March 31, 2026
Homeଅପରାଧତୀର ମାଡ଼ରେ ଆଇଆଇସି ଆହତ

ତୀର ମାଡ଼ରେ ଆଇଆଇସି ଆହତ

ସୁନ୍ଦରଗଡ଼ : ତୀର ମାଡ଼ରେ ଆଇଆଇସି ଆହତ । ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଉତ୍ପାତିଆକୁ କାବୁ କରିବା ପାଇଁ ସ୍କୁଲ ଛାତ ଉପରକୁ ଚଢ଼ୁଥିଲେ ଆଇଆଇସି। ହେଲେ ତାଙ୍କୁ ତୀର ମାରିଦେଲା ଉତ୍ପାତିଆ ଯୁବକ। ଯେଉଁଥିପାଇଁ ଗୁରୁତର ଆହତ ହୋଇଛନ୍ତି ଆଇଆଇସି। ମହୁଲପଦା ଥାନାର ବଡ଼ଜଲ ପ୍ରାଥମିକ ସ୍କୁଲରେ ଅପରାହ୍ନ ପ୍ରାୟ ୨ଟା ବେଳେ ଜଣେ ବ୍ୟକ୍ତି ଧନୁ ଓ ତୀର ଧରି ସ୍କୁଲ ଛାତ ଉପରକୁ ଚଢ଼ି ଯାଇଥିଲା। ଆଉ ନାନା ଅଭିନୟ କରିଥିଲା। ବ୍ୟକ୍ତି ଜଣକ ଧନୁରେ ତୀର ଯୋଖି ଆକ୍ରମଣ ପାଇଁ ଧମକ ଦେଇଥିଲା। ଯେଉଁଥିପାଇଁ ପିଲାମାନେ ଶ୍ରେଣୀ ଗୃହରେ ପଶି ଯାଇଥିଲେ। ସ୍କୁଲ ଶିକ୍ଷକମାନେ ଏ ନେଇ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଗାଁ ଲୋକଙ୍କଠାରୁ ଖବର ପାଇ ମହୁଲପଦା ଥାନାର ଆଇଆଇସି ସ୍କୁଲରେ ପହଞ୍ଚିଥିଲେ। ସମ୍ପୃକ୍ତ ଉତ୍ପାତିଆ ଯୁବକକୁ କାବି କରିବା ପାଇଁ ଶିଡିରେ ଚଢ଼ି ଛାତ ଉପରକୁ ଯାଉଥିଲେ। ଠିକ୍‌ ସେହି ସମୟରେ ଉତ୍ପାତିଆ ଜଣକ ତୀର ମାରିଥିଲେ। ସୌଭାଗ୍ୟକୁ ଆଇଆଇସିଙ୍କ ଜୀବନ ବଞ୍ଚି ଯାଇଥିଲା। ହେଲେ ତୀର ତାଙ୍କ ହାତରେ ବାଜିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ବଣାଇ ଏସ୍‌ଡିପିଓ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking