27.1 C
Bhubaneswar
Tuesday, September 24, 2024
Homeଦେଶ ବିଦେଶଏଥର ଓସ୍କାର ପୁରସ୍କାର ୨୦୨୫'ରେ ପୁଣି ଇତିହାସ ରଚିପାରେ ଭାରତ

ଏଥର ଓସ୍କାର ପୁରସ୍କାର ୨୦୨୫’ରେ ପୁଣି ଇତିହାସ ରଚିପାରେ ଭାରତ

ନୂଆଦିଲ୍ଲୀ : ଆଜି କାଲି, ଓସ୍କାର ପୁରସ୍କାର ବିଷୟରେ ସବୁଆଡେ ଚର୍ଚ୍ଚା ହେଉଛି । ଏହି ସମ୍ମାନରେ ଆଜି ଦେଶ ବିଦେଶର ଅନେକ ଫିଲ୍ମ ଏବଂ ତାରକା ସମ୍ମାନିତ ହେବାକୁ ଯାଉଛନ୍ତି । ଯାହାକୁ ନେଇ ଉତ୍ସାହିତ ରହିଛନ୍ତି ବିଶ୍ୱବାସୀ । ଏକାଡେମୀ ପୁରସ୍କାର ଯଥା ଓସ୍କାର ପୁରସ୍କାର ଚଳଚ୍ଚିତ୍ର ଜଗତର ସବୁଠାରୁ ବଡ ପୁରସ୍କାର । ତେବେ ଏଥର ଓସ୍କାର ପୁରସ୍କାର ୨୦୨୫’ରେ ପୁଣି ଇତିହାସ ରଚିପାରେ ଭାରତ । ‘ଲାପତା ଲେଡିଜ୍’ ପରେ ପୁଣି ଆଉ ଏକ ହିନ୍ଦୀ ସିନେମା ଆନୁଷ୍ଠାନିକ ଭାବରେ ଓସ୍କାର ୨୦୨୫ ରେ ପ୍ରବେଶ କରିଛି। ଏହି ଖବର ପ୍ରକାଶ ପାଇବା ପରେ ସିନେମା ଜଗତ ସମେତ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।

ରଣଦୀପ ହୁଡାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ବର୍ତ୍ତମାନ ଓସ୍କାର ୨୦୨୫ରେ ଏଣ୍ଟ୍ରି କରିଛି । ୨୨ ମାର୍ଚ୍ଚ ୨୦୨୪ ରେ ମୁକ୍ତିଲାଭ କରିଥିବା ରଣଦୀପ ହୁଡାଙ୍କ ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ମଧ୍ୟ ଓସ୍କାର ଦୌଡରେ ସାମିଲ ହୋଇଛି । ବର୍ତ୍ତମାନ ଏହି ରିପୋର୍ଟକୁ ଅଫିସିଆଲି ଭାବେ ନିଶ୍ଚିତ ମଧ୍ୟ କରାଯାଇଛି। ଏନେଇ ଫିଲ୍ମର ନିର୍ମାତା ମାନେ ଏକ ପୋଷ୍ଟ ସେୟାର କରି ଦର୍ଶକଙ୍କୁ ଏନେଇ ସୂଚନା ଦେଇଛନ୍ତି । ରଣଦୀପ ହୁଡା, ସନ୍ଦୀପ ସିଂ ଏବଂ ଫିଲ୍ମର ନିର୍ମାତା ଆନନ୍ଦ ପଣ୍ଡିତଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରି ଏହା ଅଫିସିଆଲି ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking