29.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶମହୁମାଛି କାମୁଡ଼ାରେ ଗୋଟିଏ ପରିବାରର ୪ ମୃତ

ମହୁମାଛି କାମୁଡ଼ାରେ ଗୋଟିଏ ପରିବାରର ୪ ମୃତ

ରାଞ୍ଚି : ମହୁମାଛି କାମୁଡ଼ାରେ ଗୋଟିଏ ପରିବାରର ୪ ମୃତ । ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିଠାରୁ ପ୍ରାୟ ୨୦ କିଲୋମିଟର ଦୂର ଟୁପୁଡାନା ଓପି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକଙ୍କ ମଧ୍ୟରେ ଜଣେ ମହିଳା, ତାଙ୍କର ଦୁଇ ଝିଅ ଏବଂ ମହିଳାଙ୍କ ସମ୍ପର୍କୀୟ ଭାଇ ଅଛନ୍ତି। ମହିଳା ଜଣକ ତାଙ୍କ ଝିଅ ଓ ଭାଇଙ୍କ ସହ ଗାଁ ନିକଟସ୍ଥ ଏକ କ୍ଷେତରେ ଥିବା ଏକ ଛୋଟ ଜଳାଶୟରେ ଗାଧୋଇବାକୁ ଯାଇଥିବା ବେଳେ ନିକଟସ୍ଥ ବୁଦାରେ ଥିବା ମହୁମାଛିମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଭୟଭୀତ ହୋଇ ମହିଳା ଜଣକ ତାଙ୍କ ଦୁଇ ଝିଅଙ୍କ ସହ ଏକ ଗାତକୁ ଡେଇଁ ପଡ଼ିଥିଲେ। ତାଙ୍କ ଆହତ ଭାଇ କୌଣସି ପ୍ରକାରେ ଗାଁକୁ ପଳାଇ ଯାଇ ଘଟଣା ସମ୍ପର୍କରେ ଲୋକଙ୍କୁ ଜଣାଇଥିଲେ। ଏହି ଖବର ପାଇ ସ୍ୱାଜନ ଗ୍ରାମବାସୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କୁ ବାହାର କରିଥିଲେ ମଧ୍ୟ ସେତେବେଳକୁ ସମସ୍ତଙ୍କର ମୃତ୍ୟୁ ହୋଇସାରିଥିଲା। ଏଠାରେ ଆହତ ଶିଶୁକୁ ଚିକିତ୍ସା ପାଇଁ ରିମ୍ସକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking